jayashree

ବାଇକ ଦୁର୍ଘଟଣାରେ ୩ ଗୁରୁତରଙ୍କ ଜୀବନ ବଞ୍ଚାଇଲେ ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର

  • ନିଜସ୍ୱ ଆମ୍ବୁଲାନ୍ସରେ ଉଦ୍ଧାର କରି ଡାକ୍ତରଖାନାରେ କଲେ ଭର୍ତ୍ତି

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭାଲୁମୁଣ୍ଡା ବେଲପଡ଼ା ମୁଖ୍ୟ ରାସ୍ତାରେ ଏକ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ରାସ୍ତାରେ ଗାଈଗୋରୁ ବୁଲୁଥିବା ବେଳେ ଆଜି ବଡ଼ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ନୂଆପଡ଼ା ଗାଁର ତିନି ଜଣ କୌଣସି କାମକୁ ନେଇ ଭାଲୁମୁଣ୍ଡାକୁ ଆସିଥିଲେ । କାମ ସାରି ନିଜ ଗାଁକୁ ଯାଉଥିବା ବେଳେ ରାସ୍ତାରେ ଗାଈ ସହ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ତେଣୁ ବାଇକ୍‌ରୁ ପଡି ଯାଇ ୩ ଜଣ ଗୁରୁତର ହୋଇପଡିଥିଲେ । ତୁରନ୍ତ ଖବର ପାଇ ଭାଲୁମୁଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଉପେନ୍ଦ୍ର ମେହେର ତାଙ୍କ ନିଜ ଆମ୍ବୁଲାନ୍ସରେ ନୂଆପଡା ଜିଲ୍ଲା ଖଡ଼ିଆଳ ମିଶନ ହସ୍ପିଟାଲକୁ ନେଇଥିଲେ । ନୂଆପଡାର କୁଞ୍ଜବିହାରି ତାଣ୍ଡି, ବାପ୍ତା ତାଣ୍ଡି, କାଳିଆ ନେତାମ ଗୁରୁତର ହୋଇଥିଲେ । ରାସ୍ତାରେ ୧୦ରୁ ୧୫ ଗୋଟି ଗାଈ ଥିବା ବେଳେ ଗୋଟିଏ ଗାଈ ମଧ୍ୟ ଗୁରୁତର ଥିବା ଜଣାପଡିଛି । ଶ୍ରୀ ମେହେର ସେ ନିଜେ ଖର୍ଚ୍ଚ କରି ଔଷଧ ମଧ୍ୟ ଗୁରୁତରଙ୍କୁ ଦେଇଥିବା ନେଇ ସୂଚନା ମିଳିଛି । ଶ୍ରୀ ମେହେରଙ୍କ ଏହି ମହତ କାର୍ଯ୍ୟକୁ ଦେଖି ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.