ମେଡ଼ିସିନ ସେଲ୍ସମ୍ୟାନଙ୍କୁ ବନ୍ଧୁକ ଦେଖାଇ ଲୁଟ୍

କାମାକ୍ଷାନଗର : ମେଡ଼ିସିନ ସେଲ୍ସମ୍ୟାନଙ୍କୁ ବନ୍ଧୁକ ଦେଖାଇ ଲୁଟ୍ । ୪ ଦୁର୍ବୃତ୍ତ ୨ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ଛକ ନିକଟରେ ଘଟିଛି ଏହି ଘଟଣା । ଅଭିଯୋଗକାରୀ ସେଲ୍ସମ୍ୟାନ ଜଣକ ହେଉଛନ୍ତି ବି.କେ. ଏଣ୍ଟର ପ୍ରାଇଜେସ ଢେଙ୍କାନାଳ ଶାଖାର ପ୍ରକାଶ ଚନ୍ଦ୍ର ବେହେରା । ସୂଚନା ଅନୁଯାୟୀ ୨ଟି ବାଇକରେ ୪ ଜଣ ଯୁବକ ଅଚାନକ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପାଖାପାଖି ୨ଲକ୍ଷ ଟଙ୍କା ଲୁଟି ନେଇଥିବା ପ୍ରକାଶ ଅଭିଯୋଗ କରିଛନ୍ତି । ଏନେଇ ପୋଲିସକୁ ଖବର ଦେବା ପରେ କାମାକ୍ଷାନଗର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

thirteen + eighteen =