csstore

ସରପଞ୍ଚ ଚନ୍ଦନା ରେଡ୍ଡୀଙ୍କ ନେତୃତ୍ୱରେ ଭତ୍ତା ଓ କମଳ ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ କାଳୟ ପରିସରରେ ସରପଞ୍ଚ ଚନ୍ଦନା ରେଡ୍ଡୀଙ୍କ ନେତୃତ୍ୱରେ ଭତ୍ତା ଓ କମଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶ୍ରୀମତୀ ରେଡ୍ଡୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ଗ୍ରାସୀମ କମ୍ପାନୀ ୟୁନିଟ ହେଡ଼ ଅଜୟ ଗୁପ୍ତା, ସମିତି ସଭ୍ୟ ଜୟକାନ୍ତ ରେଡ୍ଡୀ, ଏଇଇ ସୁଶୀଲ ପଣ୍ଡା, ସିଏଚ୍‌ଆର୍‌ ସସ୍ମିତା ବେହେରା, ପୁରୁଷୋତ୍ତମ ଶର୍ମା, ଏଚ୍‌ଆର୍‌ ନିରୋଜ ପଟ୍ଟନାୟକ, କେ. ରାହୁଲ, କାଳିଆ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର୍‌. ଭାଗିରଥି ରେଡ୍ଡୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରାୟ ୬୭୦ ଜଣଙ୍କୁ ଭତ୍ତା ଓ କମଳ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପିଇଓ ଦିଲ୍ଲୀପ ନାୟକ ଉପସ୍ଥିତ ରହିଥିଲେ । ଗ୍ରାସୀମ କମ୍ପାନୀ ପକ୍ଷରୁ କମଳ ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.