ବନ୍ଧୁକ ଦେଖାଇ ଲୁଟ୍‌ ଅଭିଯୋଗ

ମୟୂରଭଞ୍ଜ : ଉଦଳା ଥାନା ଅର୍ନ୍ତଗତ ବରବାଡ଼ି କେନାଲ ଛକରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଦୁବୃର୍ତ୍ତମାନେ ତାଙ୍କଠାରୁ ସୁନାଚେନ, ୨ଟି ମୋବାଇଲ, ପର୍ସ ଓ ବାଇକ୍ ଚାବି ନେଇ ଫେରାର ହୋଇଯାଇଛନ୍ତି । ଏନେଇ ସେ ଉଦଳା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ବଡ଼ସାହି ଅଞ୍ଚଳର ତପନ କୁମାର ରାଉତ ବାଇକ୍‌ରେ ଉଦଳା-ରାଢୋ ରାସ୍ତାରେ ଯାଉଥିଲେ । ବରବାଡ଼ି କେନାଲ ଛକରେ ୩ ଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ତାଙ୍କ ଗାଡ଼ିକୁ ଅଟକାଇଥିଲେ । ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସେ ପିନ୍ଧିଥିବା ୧୩ ଗ୍ରାମର ସୁନାଚେନ, ପର୍ସ, ୨ଟି ମୋବାଇଲ ଆଦି ଲୁଟି ନେଇଥିଲେ । ପରେ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି ।

Leave A Reply

Your email address will not be published.

four × two =