pr

ଟିଟିଲାଗଡ଼ ପୌରପରିଷଦରେ ନୂତନ ଜେସିବି ଲୋକାର୍ପିତ

dr. purohit

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସକାଳେ ଟିଟିଲାଗଡ଼ ପୌରପରିଷଦ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ପାଇଁ ପ୍ରଥମଥର କ୍ରୟ କରାଯାଇଥିବା ଏକ ଜେସିବି ଗାଡ଼ି ପୌରଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି । ଏହି ଗାଡ଼ି ପୌରପରିଷଦର ବିଭିନ୍ନ ସ୍ଥାନରେ ଅନେକ ଉନ୍ନୟନ କାର୍ଯ୍ୟ ସୁରୁଖୁରୁରେ କରିବାରେ ସହାୟକ ହେବ । ରାଜ୍ୟରେ ଆମ ସରକାର ଗଠନ ପରେ ବିଗତ କିଛି ମାସ ମଧ୍ୟରେ ଟିଟିଲାଗଡ଼ ପୌର ପରିଷଦର ବିକାଶ ପାଇଁ ଅନେକ ଉନ୍ନୟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଅଧ୍ୟକ୍ଷା ଶ୍ରୀମତୀ ଜୈନ ନିଜ ବକ୍ତବ୍ୟରେ କହିଥିଲେ ।। ଏହି ଲୋକାର୍ପଣ ଅବସରରେ ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରୀ ଜାଲ, ସମସ୍ତ କାଉନସିଲର ଓ ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.