ଲୋକନାଥ ମନ୍ଦିରର ଉନ୍ନୟନ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ଲୋକନାଥ ମନ୍ଦିରର ଉନ୍ନୟନ ପାଇଁ ୨୮ କୋଟିର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ ଥିଲେ । ଲୋକନାଥ ମନ୍ଦିରର ସେବାୟତଙ୍କ ସହ ସେ ଆଲୋଚନା କରିଥିଲେ । ଏହି ପ୍ରକଳ୍ପ ବର୍ଷକ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ମନ୍ଦିର ଉନ୍ନୟନ ପାଇଁ ପାଚେରୀ ବ୍ୟବସ୍ଥା, ରାସ୍ତା ପ୍ରଶସ୍ତିକରଣ, ପାର୍କିଂ ବ୍ୟବସ୍ଥା, ପାର୍ବତୀ ସାଗରର ଉନ୍ନୟନ, ଜାଗର ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଦର୍ଶନ ସୁବିଧା, ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ ବ୍ୟବସ୍ଥା ଇତ୍ୟାଦି କରାଯାଇଥିବାରୁ ସେବାୟତ ମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେବାୟତମାନଙ୍କ ନିମନ୍ତ୍ରଣ ରକ୍ଷା କରି ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ମନ୍ଦିର ଦର୍ଶନରେ ଆସିବେ ବୋଲି ଏହି ଅବସରରେ କହିଥିଲେ ।

ଏହି ଭିଡିଓ କନଫେରେନ୍ସରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି କେ ପାଣ୍ଡିଆନ, ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଲୋକନାଥ ମନ୍ଦିରର ବରିଷ୍ଠ ସେବାୟତ ତଥା ସଭାପତି ରବିନାରାୟଣ ପଣ୍ଡା, ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ଦାମୋଦର ମହାପାତ୍ର, ଶଙ୍କର ପଣ୍ଡା, ବୈଦ୍ୟନାଥ ମହାପାତ୍ର, ପଦ୍ମନାଭ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 + three =