ଲୋକାର୍ପିତ ହେବ ହାଇମାସ୍କ ଲାଇଟ ଖୁଣ୍ଟ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆକୁ ଅତି ସୁନ୍ଦର ରାତ୍ରି ଅଲୋକ  ବ୍ୟବସ୍ଥା ନେଇ ବିଧାୟକ ପାଣ୍ଠିରୁ ୫୪ ଲକ୍ଷ ଟଙ୍କାରେ ବ୍ୟୟ ବରାଦ ହୋଇ ୪ ଗୋଟି ୧୦୦ ଫୁଟରୁ ଅଧିକ ବିଦ୍ୟୁତ ହାଇମାକ୍ସ ଖୁଣ୍ଟରେ ୮୦ ଗୋଟି ହାଇମାସ୍କ ଲାଇଟ ଲୋକାର୍ପିତ ହେବ । ଏହି ହାଇମାକ୍ସ ଲାଇଟ ନିର୍ମାଣ କାର୍ଯ୍ୟକୁ ଆଜି ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଗସ୍ତ କରି ନିର୍ମାଣ କାର୍ଯ୍ୟକୁ ଷ୍ଟାଡିୟମ ମାସ୍କ ଲାଇଟ ବ୍ୟବସ୍ଥା ନେଇ ପ୍ରତ୍ୟକ୍ଷ ଭାବରେ ତତ୍ବବଧାନ କରିଛନ୍ତି । ଆସନ୍ତା କାଲି ଲାଇଟ ଲୋକାର୍ପିତ ହେବା ନେଇ ବିଧାୟକ ପ୍ରକାଶ କରିଛନ୍ତି ।

କୌଣସି କାର୍ଯ୍ୟକ୍ରମରେ ଲାଇଟର ବ୍ୟବହାର କରିବା ସହ ଅନ୍ୟ ଦିନରେ ଲାଇଟ ବନ୍ଦ ରହି ଗୋଟି ଖୁଣ୍ଟରେ ୨ ଗୋଟି ଲାଇଟ ଜଳିବା ବ୍ୟବସ୍ଥା କରୁଥିବା ପ୍ରକାଶ କରିଛନ୍ତି । ଜନତାଙ୍କ ଅର୍ଥର ସଦ୍‌ବିନିଯୋଗ ପାଇଁ ଆବଶ୍ୟକତାକ ଦୃଷ୍ଟିରେ ରଖି ନିର୍ମାଣ କରାଯାଉଅଛି ବୋଲି ମତବ୍ୟକ୍ତ କରିଥିଲେ । ଖୁବ ଶୀଘ୍ର ଆଉ ଦୁଇ ଗୋଟି ହାଇମାକ୍ସ ଖୁଣ୍ଟ ଲଗାଇ ଲାଇଟ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହି ଅବସରରେ ନଗରପାଳ ଉଜ୍ଜଳ ଗୁପ୍ତା ଓ ସଚେତନ ନାଗରିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!