ଲର୍କିପାଲି କୃଷି ବିଜ୍ଞାନ କେନ୍ଦ୍ର ପଛପଟ ଚାଷ ଜମିରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର : ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲର୍କିପାଲି କୃଷି ବିଜ୍ଞାନ କେନ୍ଦ୍ର ପଛପଟ ଚାଷ ଜମିରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତ ଦେହକୁ ଉଦ୍ଧାର କରିଛି ଟାଉନ ପୋଲିସ । ତେବେ ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏ ଦିଗରେ ପୋଲିସ ପକ୍ଷରୁ ତନାଘନା ତଦନ୍ତ ଜାରି ରହିଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ପ୍ରକାର ଆଲୋଚନା ଚାଲିଥିବା ଶୁଣିବାକୁ ମିଳୁଛି । ସୂଚନା ଅନୁସାରେ ମୃତ ମହିଳା ଅଞ୍ଜନା ପଟେଲ(୪୫) ବେଲପଡାରୁ ଆସି ଦୀର୍ଘ ଦଶ ବାର ବର୍ଷ ହେଲା ନିଜ ଏକ ମାତ୍ର ସନ୍ତାନ ସହ ସ୍ଥାନୀୟ ଲର୍କିପାଲି ସ୍ଥିତ କଲୋନୀପଡାରେ ବସବାସ କରି ଆସୁଥିଲେ । ତେବେ ତାଙ୍କ ସ୍ୱାମୀ ମାନସିକ ରୋଗାଗ୍ରସ୍ତ ହୋଇ କିଛି ବର୍ଷ ପୂର୍ବରୁ କୁଆଡେ ଚାଲି ଯାଇଥିବା ମଧ୍ୟ ସାଧାରଣରେ ଆଲୋଚନା ହେଉଛି । ମୃତ ମହିଳାଙ୍କ ପୁତ୍ର ଅନୁଭବଙ୍କ କହିବା ଅନୁସାରେ ଗତକାଲି ରାତି ପ୍ରାୟ ସାଢେ ଆଠଟା ସମୟରେ ତାଙ୍କ ମା’ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ସେ ଆଉ ଫେରି ନଥିଲେ । ତେବେ ଏହି ଖୋଲମ୍‌ଖୋଲା ବିଭତ୍ସ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଘଟଣାସ୍ଥଳରେ ସାଇଣ୍ଟଫିକ୍ଟ ଟିମ୍‌ ପହଂଚିଥିବା ବେଳେ ହତ୍ୟାକାରୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପକ୍ଷରୁ ଜୋର୍‌ସୋର୍‌ ତଦନ୍ତ ଚାଲିଛି ।

Leave A Reply

Your email address will not be published.

18 − sixteen =

error: Content is protected !!