csstore

ଭିଜିଲାନ୍ସ ହାତରେ ଲାଞ୍ଚୁଆ ବରିଷ୍ଠ କିରାଣୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ଆର୍‌ଡବ୍ଲୁଏସ୍‌ଏସ ଡିଭିଜନର ବରିଷ୍ଠ କିରାଣୀ ଟି. ଭେଙ୍କଟ ଗିରି ରାଓ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ସକାଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଭବାନୀପାଟଣା ସ୍ଥିତ ତାଙ୍କ ସରକାରୀ ବାସ ଭବନରେ ଗୁରୁବାର ସକାଳେ ଜନୈକ ବିଭାଗୀୟ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ଏବଂ ଗ୍ରାଚୁଇଟି କାଗଜାତ କରିଦେବା ପାଇଁ ବରିଷ୍ଠ କିରାଣୀ ରାଓ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ମାନଙ୍କୁ ଦେଖି ଟଙ୍କାକୁ ଝରକା ପଟେ ଫିଙ୍ଗି ଦେଉଥିଲେ । ସେହି ସମୟରେ କଳାହାଣ୍ଡି ଭିଜିଲାନ୍ସ ଟିମ ହାତରେ ଧରା ପଡ଼ିଥିଲେ । ଅଭିଯୁକ୍ତ ରାଓଙ୍କୁ ଗିରଫ କରି କଳାହାଣ୍ଡି ଭିଜିଲାନ୍ସ ଅଧିକାରୀ ଅଧିକ ତଦନ୍ତ ଜାରି ରଖିଛନ୍ତି । ଏହା ସହ ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି ।

jayashree
Leave A Reply

Your email address will not be published.