pakka

ଜାନୁଆରୀରେ ପ୍ରକାଶ ପାଇବ ଲଳିତ ନାୟକଙ୍କ ସ୍ମରଣିକା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ, ଶ୍ରମିକ ନେତା ଲଳିତ କୁମାର ନାୟକଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ଆସନ୍ତା ଜାନୁଆରୀରେ ଏକ ସ୍ମରଣିକା ପ୍ରକାଶ ପାଇବ । ଏନେଇ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ଆସନ୍ତା ଜାନୁଆରୀ ୧୧ରୁ ୧୮ ତାରିଖ ପର୍ୟ୍ୟନ୍ତ ଲଳିତ କୁମାର ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ସ୍ୱର୍ଗତ ନାୟକଙ୍କ ସହ ବିଭିନ୍ନ ବ୍ୟକ୍ତିଙ୍କ ବହୁ ସ୍ମରଣୀୟ ସ୍ମୃତି ରହିଥିବା ବେଳେ ଏହାକୁ ସଂକ୍ଷିପ୍ତ ଆକାରରେ ଲେଖି ପ୍ରଦପ୍ତ ବ୍ୟକ୍ତିଙ୍କ ପାଖକୁ ୧ ଡିସେମ୍ବର ସୁଦ୍ଧା ପଠାଇଲେ ପ୍ରକାଶନ ପାଇଁ ସୁବିଧା ହେବ ବୋଲି କୁହାଯାଇଛି । ଲେଖାକୁ ସତ୍ୟ ସୁନ୍ଦର ଭଞ୍ଜ, ପ୍ଳଟ ନମ୍ବର-୭୧, ଶତାବ୍ଦୀ ନଗର, ୟୁନିଟ: ୮, ଭୁବନେଶ୍ୱର ଏବଂ ବୀରେନ୍ଦ୍ର କୁମାର ଝାଙ୍କର, ତେଲିଗୋଠପଡା, ରାଧାକୃଷ୍ଣ ମନ୍ଦିର ନିକଟ, ବଲାଙ୍ଗିର, ପିନ୍- ୭୬୭୦୦୧ ଠିକଣାରେ ଏବଂ ଇ-ମେଲ [email protected]ରେ ପଠାଇ ବାକୁ ଅନୁରୋଧ କରାଯାଇଛି ।

jay balangir
Leave A Reply

Your email address will not be published.

three × three =

error: Content is protected !!