ବିଧାୟକ ସାଲୁଜାଙ୍କ ଦ୍ୱାରା କେ.ଭି.କଲେଜରେ ଶୌଚାଳୟ ଉଦଘାଟିତ

କଂଟାବାଂଜି, (ମନୀଶ କୁମାର ହଂସ) : ସ୍ଥାନୀୟ କେ.ଭି.କଲେଜ ପରିସରରେ ନବନିର୍ମିତ ଶୌଚାଳୟକୁ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ମଂଗଳବାର ଦିନ ଉଦଘାଟିତ ହୋଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଂଠି ଅନୁଦାନର ପାଂଚ ଲକ୍ଷ ଟଙ୍କାରେ ଉଭୟ ବାଳିକା ଓ ବାଳକ ମାନଙ୍କ ପାଇଁ ବ୍ୟବହୃତ ହେବ । କଲେଜର ଯୁକ୍ତ ଦୁଇରୁ ପି.ଜି. ପର୍ୟ୍ୟନ୍ତ ପଢୁଥିବା ଦୁଇ ହଜାରରୁ ଉର୍ଦ୍ଧ ବାଳିକା ବାଳକ ଉପକୃତ ହେବେ । ଏହି ଉଦଘାଟନୀ ଅବସରରେ କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ସଭା ପରିଚାଳନା କରିଥିଲେ । କଲେଜ ପରିସରରେ ଏକ ବିଶ୍ରାମାଗାର ଏବଂ ସାଂସ୍କୃତିକ ମଂଡପ ନିର୍ମାଣ କରିବା ପାଇଁ ବିଧାୟକ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.