ଜିଲ୍ଲା ବିଜେପି ତଥା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୁବର୍ଣ୍ଣପୁରରେ ଅନୁଭବଙ୍କ କୁଶ ପୁତ୍ତଳିକା ଦାହ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବିଜେପି ତଥା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୁବର୍ଣ୍ଣପୁରର ବିଜୁ ପଟ୍ଟନାୟକ ଛକଠାରେ କେନ୍ଦ୍ରାପଡା ଲୋକସଭା ସାଂସଦ ଓ ଅଭିନେତା ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ଓ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଉଷା କୁମାରୀଙ୍କ ନେତୃତ୍ବରେ ଅନୁଷ୍ଠିତ ବିକ୍ଷୋଭ କାର୍ୟ୍ୟକ୍ରମରେ ରାଜ୍ୟରେ ନବୀନ ସରକାର ଓ ନେତାଙ୍କ ଦ୍ବାରା ହେଉଥିବା ନାରୀ ନିର୍ୟ୍ୟାତନା, ହିଂସା ଓ ଦୁଷ୍କର୍ମକୁ ନେଇ ନାରାବାଜି କରିବା ସହ ଅଭିଯୁକ୍ତ ସାଂସଦ ଅନୁଭବ ମହାନ୍ତିଙ୍କୁ ଗିରଫ ଓ ସାଂସଦ ପଦରୁ ବହିଷ୍କାର ଦାବି କରାଯାଇଛି । ପରେ ମହିଳା ନେତ୍ରୀଙ୍କ ଦ୍ବାରା ସାଂସଦ ଅନୁଭବଙ୍କ ଏକ କୁଶ ପୁତ୍ତଳିକାରେ ନିଆଁ ଲଗାଇ ପୋଡିଛନ୍ତି ।

ବିଜେପିର ଏହି ବିକ୍ଷୋଭ ଆନ୍ଦୋଳନରେ ଜିଲ୍ଲାର ବରିଷ୍ଠ ମହିଳା ଓ ଯୁବ କର୍ମୀମାନେ ଯାଗ ଦେଇଥିବା ବେଳେ ନବୀନ ସରକାରର ନାରୀ ବିରୋଧି କାର୍ୟ୍ୟର ନିନ୍ଦା କରିଥିଲେ । ଗୋଟିଏ ସପ୍ତାହ ମଧ୍ୟରେ ସାଂସଦ ପଦରୁ ବହିଷ୍କାର ସହ ନାରୀ ନିର୍ୟ୍ୟାତନାକାରୀଙ୍କ ବିରୁଦ୍ଧରେ କଠୋର ଦଣ୍ଡ ବିଧାନ ନହେଲେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ସରକାର ବିରୋଧରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.