ସୋନପୁର ଏନ୍‌ଆର୍‌ଏଚ୍‌ଏମ୍‌.ର ଡିପିଏମ୍‌ ହିମାଂଶୁ କର ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୁବ୍‌ ମେଳାପୀ, ପରୋପକାରୀ ଯୁବକ ହିମାଂଶୁ କର(୪୬) ବଲାଙ୍ଗିର ପ୍ରତାପସାଗରପଡ଼ା ନିବାସୀ ସୋନପୁର ଏନ୍‌ଆର୍‌ଏଚ୍‌ଏମ୍‌.ର ଡିପିଏମ୍‌ ହିମାଂଶୁ କରଙ୍କ ଯୁବକାବସ୍ଥାରେ ଦେହାନ୍ତ ହୋଇଯାଇଛି । ତାଙ୍କ ପରଲୋକରେ ସାରା ବଲାଙ୍ଗିର ସହରରେ ଶୋକର ଛାୟା ଖେଳି ଯାଇଛି । ବିଗତ ଦିନରେ ସେ ଲିଭର ଜନିତ ସମସ୍ୟାରେ ପୀଡିତ ଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ସେ ଜଣେ ମିଷ୍ଟଭାଷୀ, କର୍ତ୍ତବ୍ୟ ପରାୟଣ, ପରିଶ୍ରମୀ ଯୁବ ପ୍ରତିଭା ଥିଲେ । ବିଗତ ଦିନରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନରେ ଦୀର୍ଘ ବର୍ଷ ନିୟୋଜିତ ରହି ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ୟ୍ୟ କରି ଶେଷରେ ଝାରସୁଗୁଡାରୁ ସୋନପୁର ଏନ୍‌ଆର୍‌ଏଚ୍‌ଏମ୍‌.ରେ ଡିପିଏମ୍ ଭାବରେ ଯୋଗଦାନ କରିଥିଲେ । ବିଗତ ଦିନମାନଙ୍କରେ ତାଙ୍କ ବଡ ଭାଇ, ବଡ ଭଉଣୀଙ୍କ ମଧ୍ୟ ଦୁର୍ଘଟଣା ଜନିତ କାରଣରୁ ମୃତ୍ୟୁ ହୋଇଥିବା ହେତୁରୁ ତାଙ୍କ ସମ୍ପୂର୍ଣ ପରିବାର ଶୋକାକୁଳ ପରିବେଶ ମଧ୍ୟରେ ଅଛନ୍ତି । ଆଜି ସୋସିଆଲ ମିଡ଼ିଆରେ ତାଙ୍କର ପରଲୋକ ହୋଇଥିବା ଖବର ପ୍ରଚାର ହେବା ପରେ ବନ୍ଧୁବତ୍ସଳ ହିମାଂଶୁଙ୍କ ଅଜସ୍ର ବନ୍ଧୁ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ତାଙ୍କ ବନ୍ଧୁଙ୍କ ମହଲରେ ତଥା ଏନ୍‌ଆର୍‌ଏଚ୍‌ଏମ୍‌. ବିଭାଗରେ ଆଜି ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.