om academy

ପୌର କର୍ମଚାରୀ ସଂଘ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ କୁଶ ନାଗଙ୍କୁ ଶ୍ରଦ୍ଧାଂଜଳି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର କର୍ମଚାରୀ ସଂଘ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ କୁଶ ନାଗଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଛି । ବଲାଙ୍ଗିରର ଜିଲ୍ଲା ଅବସର ପ୍ରାପ୍ତ ପୌର କର୍ମଚାରୀ ସଂଘର ସଭାପତି ସୁଧୀର ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ କୁଶ ନାଗଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିବା ବେଳେ ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ନାଗ ପୌର କର୍ମଚାରୀ ସଂଘ ତଥା ଅବସରପ୍ରାପ୍ତ କର୍ମଚାରୀ ସଂଘର ଜଣେ ଦକ୍ଷ ସଂଗଠକ ଥିଲେ । ତତ୍‌ ସଙ୍ଗେ ସଙ୍ଗେ ସେ ଜଣେ ନୀତିବାନ, ନିଷ୍ଠାପର, ପରୋପକାରୀ, ସମାଜସେବୀ ଦରଦୀ ମଣିଷ ଭାବେ ପରିଚିତ ଥିଲେ । କର୍ମଚାରୀମାନଙ୍କର ହକ୍‌ ପାଇଁ ସେ ସଦା ସର୍ବଦା ଆଗଧାଡିରେ ରହି ଲଢ଼ି ଆସୁଥିଲେ । ସାମଜିକ କର୍ମୀ ଭାବେ ବିଶେଷତଃ ଦଳିତ ସମାଜର ମଙ୍ଗଳ ପାଇଁ ସେ ବିଭିନ୍ନ ପତ୍ରପତ୍ରିକାରେ ଲେଖାଲେଖି ମଧ୍ୟ କରୁଥିଲେ । ଗତ ୩୧ ତାରିଖ ଶନିବାର ଦିନ ତାଙ୍କର ଦେହାନ୍ତ ହୋଇଥିଲା । ଜଣେ ସୁଯୋଗ୍ୟ ସଂଗଠକ, ସମାଜସେବୀ, ଆମାୟିକ ବ୍ୟକ୍ତିତ୍ୱଙ୍କୁ ସଂଘ ହରାଇଲା ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଶୋକସଭାରେ ସମସ୍ତେ ମତବ୍ୟକ୍ତ କରିଛନ୍ତି । ଏହି ଶୋକସଭାରେ କୃଷ୍ଣଚନ୍ଦ୍ର ମିଶ୍ର, ଶିବଶଙ୍କର ଖୁଆସ, ପ୍ରଫୁଲ୍ଲ କୁମାର ବେହେରା, ଯବ୍‌ଦୁ ବାରିକ, ଘାସିରାମ ବେହେରା, ମକରଧ୍ୱଜ ବିଶ୍ୱାଲ, ସୁଧାଂଶୁ ପାତ୍ର, ଅହଲ୍ୟା କୁମ୍ଭାର, ବାସୁପତି ବାଗ, ନରସିଂହ ଦୀପ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ନାଗଙ୍କ ସ୍ମୃତି ·ରଣ କରିଥିଲେ ।

Leave A Reply

Your email address will not be published.