jayashree

ସଫଳତାର ମହାର୍ଘ୍ୟ ମୂହୁର୍ତ୍ତରେ ଛାତ୍ର ଛାତ୍ରୀଗଣ, ରାଜ୍ୟସ୍ତରୀୟ ନାଟକ ପ୍ରଦର୍ଶନ ପ୍ରତିଯୋଗିତାରେ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଆରଇସି କ୍ୟାମ୍ପସର ପୁଣି ଏକ ସଫଳତମ ସୋପାନ

  • ପ୍ରଥମ ସ୍ଥାନ ଅଧିକାର, ରାଜ୍ୟସ୍ତରରେ ବିଜ୍ଞାନ ଭିତ୍ତିକ ନାଟକ ପରିବେଷଣରେ ସୁନ୍ଦର ଗଡ ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର ।
  • ଗୁରୁବାର ଦିନ ଭୁବନେଶ୍ଵରରେ ଆୟୋଜିତ ବିଜ୍ଞାନ ଭିତ୍ତିକ ନାଟକ ପରିବେଷଣ – “ସମୁଦ୍ରର ବେଦନା”ରେ ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଆରଇସି କ୍ୟାମ୍ପସର ରାଜ୍ୟସ୍ତରରେ ମଧ୍ୟ ପ୍ରଥମ ସ୍ଥାନ ପାଇ ସାରା ସୁନ୍ଦର ଗଡ ଜିଲ୍ଲାକୁ ସଫଳତା ହାସଲ ପୂର୍ବକ ଏକ ସ୍ୱତନ୍ତ୍ର ଗୌରବ ଆଣି ଦେଇଛନ୍ତି ।

ରାଉରକେଲା, (ସସ୍ମିତା ପ୍ରଧାନ) : ଆଞ୍ଚଳିକ ଭିତ୍ତିକ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଯେଉଁମାନେ ଜିଲ୍ଲାର ଓ ଆଞ୍ଚଳିକ ଦଳ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନଙ୍କ ମଧ୍ୟରେ ରାଜ୍ୟସ୍ତରରେ ବିଜ୍ଞାନ ଭିତ୍ତିକ ନାଟକ ଭୁବନେଶ୍ଵର ମହାନଗରରେ ସାଂସ୍କୃତିକ ମନ୍ତ୍ରଣାଳୟ, ଭାରତ ସରକାର ତଥା ଓଡିଶା ଗଣଶିକ୍ଷା ବିଭାଗର ମିଳିତ ସହଯୋଗରେ କରାଯାଇଥିଲା । ଏଥିରେ ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆର୍‌ଇସି କ୍ୟାମ୍ପସର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରି ନିଜ ବିଦ୍ୟାଳୟକୁ, ଆରଇସି କ୍ଲଷ୍ଟର, ସାରା ବିଶ୍ରା ବ୍ଲକ ଓ ସୁନ୍ଦରଗଡ ଜିଲ୍ଲାକୁ ଏକ ଐତିହାସିକ ଗୌରବ ଆଣିଦେଇଛନ୍ତି । ତତ୍‌ସହିତ ବେଷ୍ଟ ଡାଇରେକ୍ଟର ପୁରସ୍କାର ମଧ୍ୟ ବିଜ୍ଞାନ ଶିକ୍ଷିକା ଛବିରାଣୀ ପ୍ରଧାନଙ୍କୁ ମିଳିଛି । ପ୍ରଧାନଶିକ୍ଷିକା ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ସୂଚନା ଅନୁସାରେ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଛୋଟ ଛୋଟ କଳାକାରଙ୍କ ପ୍ରତିଭାର ପରିସ୍ଫୁଟନ ନିମିତ୍ତ ଏହା ଏକ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ଏହି ପିଲାମାନେ ରାଜ୍ୟସ୍ତରରୁ ମନୋନୀତ ହୋଇଛନ୍ତି । ଯାହାକି ନଭେମ୍ବର ମାସରେ ଜାତୀୟସ୍ତରରେ ଆୟୋଜନ କରାଯିବ । ଆଞ୍ଚଳିକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମୁଦ୍ରର ବେଦନା ଶୀର୍ଷକ ଉପରେ ନାଟକ ପ୍ରଦର୍ଶନ କରାଯାଇଥିଲା । ଏହା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ତଥା ନେତୃତ୍ୱରେ, ବିଜ୍ଞାନ ଶିକ୍ଷିକା ଛବିରାଣୀ ପ୍ରଧାନଙ୍କର ବିହିତ ପଦକ୍ଷେପ ଓ ନିର୍ଦ୍ଦେଶନାରେ ଭୁବନେଶ୍ଵର ମହାନଗରରେ ଆୟୋଜନ କରାଯାଇଥିଲା । ସୁନ୍ଦରଗଡ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ମୁରଲୀଧର ବେହେରାଙ୍କ ପ୍ରତ୍ୟେକ୍ଷ ପ୍ରେରଣା, ନିରୀକ୍ଷଣ ତଥା ବ୍ଲକ ଶିକ୍ଷାଧିକାରୀ ସୁପ୍ରଭାତ କୁମାର ବେହେରାଙ୍କ ଉଚିତ ଦର୍ଶନରେ ଭୁବନେଶ୍ୱରସ୍ଥିତ ଅଡିଟୋରିୟମରେ ଏହା ଅନୁଷ୍ଠିତ ହୋଇଥିଲା । ବିଜ୍ଞାନଭିତ୍ତିକ ନାଟକ “ସମୁଦ୍ରର ବେଦନା” ମଞ୍ଚସ୍ଥ ପ୍ରଥମ ସ୍ଥାନ ବୋଲି ବିଭିନ୍ନ ନାଟ୍ୟ ପ୍ରତିଭା ସମ୍ପନ୍ନ ନ୍ୟାୟଧୀଶଙ୍କ ଦ୍ୱାରା ବିବେଚିତ ହୋଇଥିଲା । ଯାହାର ଲେଖିକା ଓ ନିର୍ଦ୍ଦେଶିକା ଥିଲେ ଛବିରାଣୀ ପ୍ରଧାନ । ଏଥିରେ ସଚିନ ବେହେରା, ସାଇକ୍ରିଷ୍ଣା ସ୍ୱାଇଁ, ପ୍ରିୟା ସାହୁ, ନଭ୍ୟା ବଡାଇକ, ଏଲିନ ବ୍ଲାକ୍ଳା, ସନ୍ଧ୍ୟା ତୁରୀ, ରିକି ସାହୁ, ଅନନ୍ୟା ବୁଡା ଇତ୍ୟାଦି ଛାତ୍ରଛାତ୍ରୀଗଣ ଅଂଶ ଗ୍ରହଣ କରିଥିଲେ । ଏହି ସଫଳତାର ମହାର୍ଘ୍ୟ ମୂହୁର୍ତ୍ତରେ ପ୍ରଧାନଶିକ୍ଷିକା ଶ୍ରୀମତୀ ବେହେରା ତଥା ସମସ୍ତ ସହକର୍ମୀଙ୍କ ମିଳିତ ସହଯୋଗରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତରେ ଏକ ନୂତନ ସୁଯୋଗ ସୃଷ୍ଟି କରିଛି । ଏଥିଯୋଗୁଁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଯଥା ନିରୁପମା ଦାଶ, ସୁଜାତା ତ୍ରିପାଠୀ, ଅଜୟ କୁମାର ରାଉତ, ମମତା ସେନାପତି, ଶକୁନ୍ତଳା ଦାଶ, ରୀତା ମହାପାତ୍ର, ସୁଜାତା ମିଶ୍ର, ପୂଜା ସ୍ୱାଇଁ ମିନତୀଖମାରୀ, ନିବେଦିତା ସାହୁ, ସରୋଜ ଜେନା, ହରିଶଙ୍କର କାମିଲା, ଗୌରାଙ୍ଗ ମୁଦୁଲି, ସୁଶାନ୍ତ ରାୟ, ସୁରେଖା ନାୟକ, ସସ୍ମିତା ଦଳବେହେରା, ସ୍ୱାଗତିକା ସିଂ ଇତ୍ୟାଦି କଳାକାରମାନଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି ଛାତ୍ରଛାତ୍ରୀ ମାନଙ୍କର ରାଜ୍ୟସ୍ତରରେ ସଫଳତାରେ ବ୍ଲକ ଶିକ୍ଷାଧିକାରୀଙ୍କ, ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ସିଆରସିସି ଶ୍ରୀମତୀ ସିପ୍ରା ସାହୁ ତଥା ବିଭିନ୍ନ ପ୍ରକାରର ନାଟ୍ୟ ଅନୁଷ୍ଠାନ, ଶିକ୍ଷାବିତ, ସମାଜ ସେବୀ ଓ ଅଭିଭାବକ ମାନଙ୍କର ଶୁଭେଚ୍ଛାର ସ୍ରୋତ ଛୁଟିଆସିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରି ସଫଳହେବାକୁ ସମସ୍ତଙ୍କର ଶୁଭେଚ୍ଛାର ସହିତ ଶୁଭକାମନା ଜଣାଇଛନ୍ତି । ଏଥିପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ଶୁଭ କାମନା ଓ ଆଶୀର୍ବାଦ ରହିଛି । ବିଦ୍ୟାଳୟର ଏପରି ସୌଭାଗ୍ୟ ଅର୍ଜନ ପାଇଁ ଛାତ୍ରଛାତ୍ରୀଙ୍କ ପରିଶ୍ରମ, ଅଭିଭାବକ ଓ ଶିକ୍ଷକମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା କହିଛନ୍ତି ।

Leave A Reply

Your email address will not be published.