pakka

ଯାଦବ ଭବନ ଠାରେ କୁଲୁତା ସମାଜ ପକ୍ଷରୁ ସମ୍ବର୍ଦ୍ଧନା ସଭା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ବଲାଙ୍ଗିର ଠାରେ କୁଲୁତା ସମାଜ ବଲାଙ୍ଗିର ଆନୁକୁଲ୍ୟରେ ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଥିବା ତଥା ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତି ଦେବକି ସାହୁ, ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପଧାନ ଏବଂ ଆଗଲପୁର ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜର ସଭାପତି ସୁରଥ ପଧାନ, ସମ୍ପାଦକ ଶାନ୍ତନୁ କୁମାର ଭୋଇ, କୋଷାଧ୍ୟକ୍ଷ ଗୋବର୍ଦ୍ଧନ ପଧାନ, ଉପସଭାପତି ସୁଧିର କୁମାର ଭୋଇ ତଥା କାର୍ଯ୍ୟକାରୀ ସଦସ୍ୟ କୁଳମଣି ବିଶ୍ୱାଳ, ମଧୁ ସାହୁ, ଜିତେନ୍ଦ୍ର ଭୋଇ, ରାମଚନ୍ଦ୍ର ଭୋଇ, ବିକାଶ ରଞ୍ଜନ ବାରିକ, ଯୁବ ସଂଯୋଜକ ସୁଦର୍ଶନ ସାହୁ, ଲକ୍ଷ୍ମଣ ବିଶ୍ୱାଳ, ସୁନିଲ କୁମାର ମାଝି, ଦିନେଶ ଭୋଇ ତଥା ସମାଜର ବରିଷ୍ଠ ସଭ୍ୟ ସଭ୍ୟା ବୃନ୍ଦଙ୍କ ଗହଣରେ ସମ୍ବର୍ଦ୍ଧନା ସଭାକୁ ସୁଚାରୁ ରୂପେ ସମ୍ପାଦନ କରାଯାଇଥିଲା । ସର୍ବ ପ୍ରଥମେ ସଭାପତି ଶ୍ରୀ ପଧାନ ଅତିଥି ବୃନ୍ଦଙ୍କୁ ସ୍ୱାଗତ ଜଣାଇ ମଂଚାସୀନ କରାଇବା ସହିତ ସମ୍ପାଦକ ଶ୍ରୀ ଭୋଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସମାଜର ସଭ୍ୟା ଜ୍ୟୋସ୍ନାରାଣୀ ପଧାନ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସାହୁଙ୍କୁ ଫୁଲତୋଡା ସହିତ ଉପଢୈାକନ ସହ ସମ୍ବର୍ଦ୍ଧିତ କରିଥିଲେ । ମଧୁ ସାହୁ ସମାଜର କାର୍ଯ୍ୟକାରୀ ସଦସ୍ୟ ସରୋଜ କୁମାର ପଧାନ ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷଙ୍କୁ ଫୁଲତୋଡା ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସମାଜର ସଭ୍ୟା ସୁଷମା ବିଶ୍ୱାଳ ନିରୁପମା ପଧାନ, ଉପାଧ୍ୟକ୍ଷା, ଆଗଲପୁର ବ୍ଲକଙ୍କୁ ଫୁଲତୋଡା ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମାଜର ବରିଷ୍ଠ ସଭ୍ୟ ତଥା ପୂର୍ବତନ ସଭାପତି ରାହାସ ବିହାରୀ ମାଝି ସମାଜ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ । ମଧୁ ସାହୁଙ୍କ ଦ୍ୱାରା ମଂଚାସୀନ ଅତିଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଶେଷରେ ସଭାପତି ନିମନ୍ତ୍ରିତ ଅତିଥି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମାଜର ସଭ୍ୟ ସଭ୍ୟା ବୃନ୍ଦଙ୍କୁ ସେମାନଙ୍କ ବହୁମୁଲ୍ୟ ସମୟ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ଧନ୍ୟବାଦ ଜ୍ଞାପନ କରି ସଭା କାର୍ଯ୍ୟ ସାଙ୍ଗ କରିଥିଲେ ।

Leave A Reply

Your email address will not be published.

eleven + thirteen =