pakka

ମଦନପୁରଠାରେ ମା’ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

bbehera

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଠାରେ ମା’ ଠାକୁରାଣୀଙ୍କ ମନ୍ଦିର ରତ୍ନମୁଦ ଓ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଅଛି । ବୁଧବାର ସକାଳେ ପୂଜାର୍ଚନା, ମାଧ୍ୟାର୍ହ୍ନରେ ରତ୍ନାମୁଦ ଆରମ୍ଭ କରି ସନ୍ଧ୍ୟାରେ ମନ୍ଦିର ପ୍ରତିଷ୍ଠା ସକାଶେ ଅଙ୍କୁରୋପଣ ଓ ଭାଗବତ ପାରାୟଣ ଗାୟିକା ସୁଶ୍ରୀ ସୀତା ଯୋଶୀ ଦ୍ୱାରା ପାରାୟଣ ଗାୟନ କରାଯାଇଥିଲା । ଲଷ୍ମୀନାରାୟଣ ମହାଳିକ ଓ ଶାନ୍ତିଲତା ମହାଳିକ ଯଜ୍ଞ କର୍ତ୍ତା ଥିବା ବେଳେ ମନ୍ଦିର ମୁଖ୍ୟ ପୂଜକ ଡମ୍ବରୁ ମହାଳିକ, ପୂଜକ ଅନିରୁଦ୍ଧ ପାଢ଼ୀ ଓ ସୂର୍ଯ୍ୟମଣୀ ପଣ୍ଡା ପୂଜାର୍ଚନା କରିଥିଲେ । ମହାରଣା ଝାଜ ସାହୁ, ମିଳୁ ରଣା ଓ ଜୟରାମ ମହାଳିକ ସମେତ ମଦନପୁରର ସମସ୍ତ ଭକ୍ତ ମାନେ ଯଜ୍ଞରେ ସହଯୋଗ କରିଥିଲେ । ସାଗରପାଲି, ଅନ୍ତର୍ଲା, ପିଟାମାଳ, ଗୋପାଳପୁର, ଅଲାତରା, ଗୋଛାଡେଙ୍ଗେନ, ଡ଼ଙ୍ଗାବାହାଲ, କରଲାଖୁଣ୍ଟା ଅଞ୍ଚଳରୁ ଭକ୍ତ ମାନେ ଆସି ଉକ୍ତ ଉତ୍ସବରେ ଯୋଗଦାନ କରି ଭକ୍ତିରସ ପାନ କରିଥିଲେ ।

jay balangir
Leave A Reply

Your email address will not be published.

one × three =