କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କୁଡାସିଂହାରେ ୧୦ଫୁଟର ଡଙ୍ଗା ଭସାଣି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା କାର୍ତ୍ତିକେଶ୍ଵର ଡଙ୍ଗାପାର୍ଟି ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳ ଭୋର ୪ଟାରୁ କିର୍ତନ ସହ ଗାଁ ପରିକ୍ରମା କରି ପ୍ରାୟ ୧୦ଫୁଟ ଲମ୍ବର ସୋଲରେ ତିଆରି ଡଙ୍ଗା ସ୍ଥାନୀୟ ଅଏଁଲା ସାଗର ପୋଖରୀରେ ଭସାଇଥିଲେ । ବିଗତ ୧୨ ବର୍ଷ ହେଲା ଏଭଳି ଭାବେ ସମୃଦ୍ଧ ଉତ୍କଳୀୟ ପରମ୍ପରାକୁ ମନେ ପକାଇବା ପାଇଁ ପାଳନ କରି ଆସୁଛନ୍ତି ବୋଲି କମିଟୀର ସମ୍ପାଦକ ମନୋରଞ୍ଜନ ଝାଙ୍କର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ହରେକୃଷ୍ଣ ସାହୁ, ସମ୍ମାନିତ ଅତିଥି ଡା. ଲଳିତ ସାହୁ, ପ୍ରଦୀପ ସାହୁ, ସଭାପତି କୁବେର ସାହୁ, ମ୍ୟାନେଜର ନରେଶ ସାହୁ ସହ ସମସ୍ତ ସଭ୍ୟମାନଙ୍କ ମଧ୍ୟରେ ସଂଞ୍ଜୟ ମାଝୀ, ଭକ୍ତ ପୁଟେଲ, ପ୍ରକାଶ ପୁଟେଲ, କିରଣ ସାହୁ, ପରେଶ ସାହୁ, ରଞ୍ଜିତ ମାଝୀ, ସାହିଲ ଭୋଇ, ସାହିଲ ସାହୁ, ଅଦ୍ୱେତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.