pakka

ମୁସ୍କାନ ତ୍ରିପାଠୀ ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଞ୍ଚଳରେ ଯାଉଥିବା ଫ୍ରେଜରପୁର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ୨୦୨୧-୨୨ ଶିକ୍ଷା ବର୍ଷ ର ପରୀକ୍ଷା ଫଳ ପ୍ରକାଶ ପାଇଛି । ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳା ସହ ପରୀକ୍ଷା ପରିଚାଳକ କଣ୍ଠେଶ୍ୱର ପ୍ରଧାନ ତାଙ୍କ ଦାୟିତ୍ବ ତୁଲାଇ ଗତ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ସମୁଦାୟ ୩୯୮ ପରିକ୍ଷାର୍ଥୀ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୮୦ ଜଣ କୃତକାର୍ୟ୍ୟ ହୋଇଥିବା ଜଣାପଡିଛି । ଠିକ ସେଭଳି ସପ୍ତମ ଶ୍ରେଣୀ ସକାଶେ ୨୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ୮ ଜଣ କୃତକାର୍ୟ୍ୟ ହୋଇଛନ୍ତି । ଅନୁରୁପ ଅଷ୍ଟମ ଶ୍ରେଣୀ ପାଇଁ ସମୁଦାୟ ୧୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ତନ୍ମଧ୍ୟରୁ ମାତ୍ର ୨ଜଣ ପିଲା କୃତ କାର୍ୟ୍ୟ ହୋଇଛନ୍ତି । ଉରେଦାଦର ଗ୍ରାମର ଭାବେଶ ପ୍ରଧାନ, ପିତା-ମନୋରଞ୍ଜନ ପ୍ରଧାନ, ୟୁ.ଭି.ଏମ.ଏସ. କୁସମଦର୍ହାର ଛାତ୍ର ପରୀକ୍ଷାରେ ଟପ୍ପର ହୋଇଛନ୍ତି ବୋଲି ଏଠାକାର କାର୍ୟ୍ୟରତ ଅଧ୍ୟକ୍ଷା ଦିପ୍ତିମୟୀ ମହାରଣାଙ୍କ ଠାରୁ ପ୍ରକାଶ । ପ୍ରାପ୍ତ ବିବରଣୀ ଅନୁଯାୟୀ ପଦ୍ମପୁର ଉପଖଣ୍ଡର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀଙ୍କ ସୁପୁତ୍ରୀ ମୁସ୍କାନ ତ୍ରିପାଠୀ ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

ten + two =