csstore

କାବେରୀ ସିଡ୍ସ ତରଫରୁ କୃଷି ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଧଉରାଭଟା ଗ୍ରାମରେ ଏକ କୃଷି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବରେ କାବେରୀ ସିଡ୍ସ କମ୍ପାନୀର ଓଡ଼ିଶା କୃଷି ଅଧିକାରୀ ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ପଶ୍ଚିମ ଓଡ଼ିଶା କୃଷି ଅଧିକାରୀ କ୍ଷୀରୋଦ୍ର ପ୍ରସାଦ ରାଉତ, ବରଗଡ଼ କୃଷି ଅଧିକାରୀ ରବୀନ୍ଦ୍ର କୁମାର ସାହୁ ଏବଂ ତପନ ସାହୁ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ପନିପରିବା ଚାଷ କରି କିଭଳି ଭାବରେ ଅଧିକରୁ ଅଧିକ ଲାଭବାନ ହୋଇପାରିବେ ତାହା ବିଶଦ ଭାବରେ ବୁଝାଇ ମାଗଣାରେ ଉପଯୁକ୍ତ ବିହନ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଅଞ୍ଚଳର ପ୍ରାୟ ୧୫୦ରୁ ଅଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପନିପରିବା ଚାଷ କରି ସଫଳତା ହାସଲ କରିଥିବା ଧଉରାଭଟା ଗ୍ରାମର ଶାନ୍ତନୁ ସାହୁ ଏବଂ ଅମାମୁଣ୍ଡା ଗ୍ରାମର ରବୀନ୍ଦ୍ର ଭୋଇଙ୍କୁ ମୁଖ୍ୟ ଅତିଥି ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭା କାର୍ଯ୍ୟ ସାରି ଉକ୍ତ ଟିମ୍ ଗ୍ରାମର ଅନେକ କ୍ଷେତ୍ର ପରିଦର୍ଶନ କରି ସମସ୍ତ ପ୍ରକାର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରି ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.