pakka

ଜୟ କିଷାନ ଆନ୍ଦୋଳନ ପକ୍ଷରୁ କୃଷି ଅଧିକାରୀଙ୍କୁ ଘେରାଉ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଏବେ ଡାଲୁଆ ଚାଷ ପାଇଁ ଚାଷୀ ତତ୍ପରେ ଥିବା ବେଳେ ସାରର କୃତ୍ରିମ ଅଭାବ ହେଲାଣି । ଏହାର ସୁଯୋଗରେ ମୁନଫାଖୋର ବେପାରୀ ସାର କଳାବଜାରୀ ଆରମ୍ଭ କଲେଣି । ଏହାର ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ଜୟ କିଷାନ ଆନ୍ଦୋଳନ ପକ୍ଷରୁ ହର ବନିଆଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଘେରାଉ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାରେ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମାହୋଲ ସରଗରମ ଥିବା ବେଳେ ଡିଏପି ସାର ସରକାରୀ ଦର ୧୨୦୦ ଥିବା ବେଳେ ଏହା ଏବେ ୧୫ ଶହରୁ ୨ହଜାର ଟଙ୍କା ଲେଖାଏଁ ବିକ୍ରି ହେଉଛି । ସେହିପରି ୟୁରିଆ ସାର ସରକାରୀ ଦର ୨୬୬.୫୦ ରହିଛି । ହେଲେ ତାହା ୫ଶହ ଟଙ୍କାରେ ଖୋଲା ବଜାରରେ ବ୍ୟବସାୟୀମାନେ ବିକ୍ରି କରୁଛନ୍ତି । ଏଥିପ୍ରତି ଜିଲ୍ଲା କୃଷି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଚାଷୀ ହଇରାଣ ହେବା ସହ ଚାଷ କାମରେ ଆଗେଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଧାରଣା ସ୍ଥଳକୁ ସିଡିଏଓ ଆସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

jay balangir
Leave A Reply

Your email address will not be published.

three × 5 =