pakka

ବେଆଇନ ଡମ୍ପିଂ ୟାର୍ଡ ପାଲଟିଛି ବିଷ୍ଣୁମୁଣ୍ଡା ରାସ୍ତାକଡ଼ : ବଢ଼ୁଛି ଜନ ଅସନ୍ତାଷ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଷ୍ଣୁମୁଣ୍ଡା ରୋଡ କଡ଼ରେ ବେଆଇନ ଭାବେ ଡମ୍ପିଂ ୟାର୍ଡ କରାଯାଇଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଡମ୍ପିଂ ପାଇଁ ସହରରେ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ସତ୍ୱେ କିଛି ମ୍ୟୁନିସିପାଲିଟି କର୍ମଚାରୀ ସମସ୍ତ ଅଳିଆ ଆବର୍ଜନା ଆଣି ବିଷ୍ଣୁମୁଣ୍ଡା ଅଂଚଳରେ ପାକାଉଛନ୍ତି । ଆହୁରି ସହରର ବିଭିନ୍ନ ଅଂଚଳର ସେଫ୍‌ଟି ଟ୍ୟାଙ୍କର ମଇଳା ମଧ୍ୟ ଏଠି ପକାଯାଉଥିବା ଭଳି ଅଂଚଳବାସୀ ଗୁରୁତର ଅଭିଯୋଗ କରିଛନ୍ତି । ଏଥିଯୋଗୁଁ ଅଂଚଳ ପ୍ରଦୁଷିତ ହେବା ସହ ଦୁର୍ଗନ୍ଧରେ ରହିବା ଅସହ୍ୟ ହେଉଥିବା ଲୋକେ କହିଛନ୍ତି ।

ଅଂଚଳବାସୀ ଆହୁରି ଅଭିଯୋଗ କରିଛନ୍ତି ଯେ, ସାଧାରଣତଃ ପୌର ବିଭାଗ ସହର ତଥା ଆଖପାଖ ଅଂଚଳକୁ ସ୍ୱଚ୍ଛ ନିର୍ମଳ ରଖିବା ପାଇଁ କାମ କରେ । କିନ୍ତୁ ଆମ ସହର ବଲାଙ୍ଗିରରେ ଏହାର ବ୍ୟତିକ୍ରମ ଦେଖାଯାଉଛି । ସହର ଯାକ ଯୁଆଡେ ଦେଖିଲେ ଅଳିଆ ଆବର୍ଜନାରେ ଭର୍ତ୍ତି । ଲୋକେ ଅଭିଯୋଗ କରି କରି ବେଦମ୍‌ । ପରିଷଦ ନଥିବାରୁ ଶୁଣିବାକୁ କେହି ନାହିଁ । ତା’ ଉପରେ ଖୋଦ ପୌର ବିଭାଗ କର୍ମଚାରୀମାନେ ବିଷ୍ଣୁମୁଣ୍ଡା ରାସ୍ତା କଡ଼କୁ ଡମ୍ପିଂ ୟାର୍ଡରେ ପରିଣତ କରିବା ଯୋଗୁଁ ଅଂଚଳବାସୀ ନାନା ଅସୁବିଧା ଭୋଗ କରୁଛନ୍ତି । ତେବେ ସ୍ଥିତି ନସୁଧୁରିଲେ ଲୋକେ ଏହି ସମସ୍ୟା ନେଇ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଦ୍ୱାରସ୍ଥ ହୋଇ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

jay balangir
Leave A Reply

Your email address will not be published.

fourteen + fifteen =

error: Content is protected !!