csstore

ପଦ୍ମପୁର ଉପଖଣ୍ଡରେ ଜାତୀୟ କ୍ରୀଡା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ହକିର ଯାଦୁଗର ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମତିଥି ଅବସରରେ ଆଜି ପଦ୍ମପୁର ଉପଖଣ୍ଡରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ଦ୍ୱାରା ସହର ପରିକ୍ରମା କରି ଭୋଟର ସଚେତନତା ସୃଷ୍ଟି କରାଯାଇଥିଲା । ପ୍ରଥମେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଉପଜିଲ୍ଲାପାଳ ସଦାକର କୁମ୍ଭାର ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ଉପଖଣ୍ଡର ବିଭିନ୍ନ ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ ସମସ୍ତେ “ମେଜର ଧ୍ୟାନଚାନ୍ଦ .. ଅମର ରହେ” , “ ଭୋଟ ଦେବା.. ଦେଶ ଗଢିବା, “ ଆସ ଆମେ ଭୋଟ ଦେବା.. ଭାରତକୁ ଆଗେଇ ନେବା” ଭଳି ସ୍ଲୋଗାନ୍ ଦେଇ ଜନସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏଥିରେ ଉପଜିଲ୍ଲାପାଳ, ଏନ୍‌ଏସି ଇଓ, ବିଡିଓ, ସହକାରୀ ଜିଲ୍ଲାପାଳ, ତହସିଲଦାର୍, ଥାନା ଅଧିକାରୀ, କ୍ରୀଡାବିତ୍, କ୍ରୀଡା ଶିକ୍ଷକ ଆଦି ସମସ୍ତେ ସାମିଲ୍ ହୋଇଥିଲେ । ସହର ପରିକ୍ରମା ପରେ ସ୍ଥାନୀୟ ଆର୍‌ବି ହାଇସ୍କୁଲ୍ ପରିସରରେ ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିନାୟକ ମିଶ୍ରଙ୍କ ସଂଯୋଜନାରେ ଏକ ମୁକ୍ତମଂଚ ସଭା ଅନୁଷ୍ଠିତ ହୋଇଥିଲା । ଏଠାରେ ମେଜର୍ ଧ୍ୟାନଚାନ୍ଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଉପଜିଲ୍ଲାପାଳ ସଦାକର କୁମ୍ଭାର ସମବେତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କ୍ରୀଡାର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଏହା ସହ କିଭଳି ଭାବରେ ଦେଶର ଗଣତାନ୍ତ୍ରିକ ସ୍ୱାସ୍ଥ୍ୟ ପାଇଁ ପ୍ରତିଟି ଭୋଟ ମୂଲ୍ୟବାନ ସେ ଉପରେ ଆଲୋଚନା କରିବା ସହ ଯେଉଁ ମାନେବି ୧୮ ବର୍ଷର ହେବାକୁ ଯାଉଛନ୍ତି ପଞ୍ଜିକରଣ ଦ୍ୱରା ଭୋଟର ତାଲିକାରେ ସାମିଲ ହେବାପାଇଁ ଶ୍ରୀ କୁମ୍ଭାର ଉତ୍ସାହିତ କରିଥିଲେ । ଏହି ବାର୍ତ୍ତାକୁ ପରିବାର ତଥା ବନ୍ଧୁମହଲରେ ପ୍ରସାରିତ କରିବା ପାଇଁ ମଧ୍ୟ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ପରିଶେଷରେ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଖେଳ ମାଧ୍ୟମରେ ନିଜ ସ୍ୱାସ୍ଥ୍ୟର ଯତ୍ନ ଓ ଭୋଟ୍ ମାଧ୍ୟମରେ ଦେଶର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହାପରେ ଆର୍‌ଏମ୍‌ସି ପକ୍ଷରୁ ଛାତ୍ରୀଛାତ୍ରଙ୍କ ପାଇଁ ସ୍ୱଳ୍ପାହାର ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା ।

jayashree
Leave A Reply

Your email address will not be published.