csstore

ଜାତୀୟ କ୍ରୀଡ଼ା ଦିବସ ରାଲିକୁ ଉଦ୍‌ଘାଟନ କଲେ ପୌର ଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ହକି ତାରକା ସ୍ୱର୍ଗତ ମେଜର୍‌ ଧ୍ୟାନ୍‌ ଚନ୍ଦଙ୍କ ଜନ୍ମ ଶତବାର୍ଷିକୀ ତଥା ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି ସକାଳ ୭ଟା ସମୟରେ ବଲାଙ୍ଗିର ସହରର ଯୋଗର୍ସ ପାର୍କରୁ ଏକ ରାଲି ବାହରିଥିବା ବେଳେ ଏହାକୁ ଉଦ୍‌ଘାଟନ କରିଛନ୍ତି ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଏହି ରାଲିରେ ଜିଲ୍ଲା କ୍ରୀଡ଼ା ବିଭାଗର ଅଧିକାରୀ ଓ କର୍ମକର୍ତ୍ତାମାନଙ୍କ ସହରର ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ସାମିଲ୍‌ ଥିଲେ । ଏହି ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଂଚି ଥିଲା । ଏହି ଅବସରରେ ବରିଷ୍ଠ ଫେନସିଂ ଖେଳାଳୀ ତଥା ପ୍ରଶିକ୍ଷକ ସୁକାନ୍ତ ସେଠ୍‌, ନିତିନ କୁମାର ସ୍ୱାଇଁ, ସନ୍ତରଣ ପ୍ରଶିକ୍ଷକ ନରେଶ ଚନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ଲନ୍‌ ବଲ୍‌ ଖେଳାଳୀ କୈଳାଶ ଚନ୍ଦ୍ର ମାଝିଙ୍କୁ ସମ୍ମାନିତ କରାଯାଇଛି ।

jayashree
Leave A Reply

Your email address will not be published.