pakka

ଅଲଗ୍‌ କୋଶଲ ରାଜ୍ୟ ଯଥାର୍ଥ : ମହେଶ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଲଗ୍‌ କୋଶଲ ରାଜ୍ୟ ଯଥାର୍ଥ ବୋଲି ନିଜ ମତରେ କହିଛନ୍ତି ରାଜ ବୋଡାସମ୍ବରର କୋଶଲ ସଂଗ୍ରାମୀ ମହେଶ ପଣ୍ଡା । ସେ ନିଜ ମତରେ କହିଛନ୍ତି ଯେ, କୋଶଳ ରାଜ୍ୟ ନାଇଁ ହେଇପାରେ ଭାବ୍-ବାରଟା ଗୁଟେ ବୃଥା ସନ୍ଧେହ ଆଏ । ଓଡ଼ିଶା ରାଜ୍ୟରେ ୧୩ଟା ଜିଲ୍ଲା ନୁ ୩୦ଟା ଜିଲ୍ଲା ହେଇପାରଲା, ଭାରତରେ ୧୬ଟା ରାଜ୍ୟରୁ ୨୯ଟା ରାଜ୍ୟ ହେଲା, ୨୦୦୦ ସାଲେ ଛତିଶଗଡ଼, ଝରଖଣ୍ଡ, ଉତ୍ତରାଞ୍ଚଳ ଆଉ ୨୦୧୪ ସାଲେ ତେଲେଙ୍ଗାନା ହେଇପାରଲା, ତାହେଲେ କୋଶଳ କେଁଜେ ନାଇଁ ହୁଏ । ଆମର ଦେଶରେ ବହୁତ ସ୍ୱତନ୍ତ୍ର ରାଜ୍ୟ ଆନ୍ଦୋଳନ ହେଇଛେ ସେଥିର୍‌ ଲାଗି କିଛି ନା କିଛି ଯୁକ୍ତି ଅଛେ । କୋଶଳ ରାଜ୍ୟ ଗଠନରେ ଖାଲି ଯୁକ୍ତି ନାଇଁନ ମହାଯୁକ୍ତି ଅଛେ । ଖାଲି ଇଥିର ଲାଗି ରହେଲା ଦୃଢ଼ ଇଛାଶକ୍ତି, ପ୍ରଚଣ୍ଡ ଆତ୍ମବିଶ୍ବାସ ଆଉ ଆତ୍ମତ୍ୟାଗ ଥବା ସଂଗଠନ । ସେଥିର ଲାଗି ସୁବିଧାବାଦୀ ଆଉ କ୍ଷମତା ଲୋଭୀ ରାଜନୈତିକ ନେତୃବୃନ୍ଦକୁ ବାଦ୍‌ ଦେଇକରି ଯଦି କ୍ରାନ୍ତିକାରୀ ସଂଗଠନ ମାର୍ଫତରେ ବିକଳ୍ପବାଦୀ ବୈପ୍ଲବିକ ଆନ୍ଦୋଳନ ସୃଷ୍ଟି କରାଯାଇପାରେ ବେଲେ କୋଶଳ ରାଜ୍ୟ ପୁରାପୁରି ଭାବରେ ସମ୍ଭବ । ଯଦି ଓଡ଼ିଶା ସରକାର ନାଇଁ ଚାହେଁଲା ବି ଆମର ସମ୍ବିଧାନର ଧାର ୨ ଆଉ ୩ ହିସାବେ ଅଲଗ ସ୍ୱତନ୍ତ୍ର ରାଜ୍ୟ ହେଇପାରବା । ଇଥିର ଲାଗି ଆମକୁ ମାନକୁ ପୁରା ମନ ଭିତରୁ ଲାଗବାକେ ହିଁ ପାଡବା । ଯଦି ଏବେ ନାଇଁ ବାହାରିମା ବେଳେ କୋଶଲ ରାଜ୍ୟ ହେବାର୍‌ କେ କେତେ ବର୍ଷ ଲାଗବା ଯେ ଆଉ କେଜାନେ । ସେତାର ଲାଗି ସବୁ କ୍ରାନ୍ତିକାରୀ ଜୁଆନମାନଙ୍କୁ ଏକ ହେଇକରି ଯୋଡି ହେବାର ଲାଗି ଅନୁରୋଧ କରୁଛୁଁ ଯାର୍‌ ମାଟି ମାଁ ପ୍ରତି ଟିକେବି ଦରତ ଅଛେ ସେ ଆମର ସଂଗଠନରେ ଯୋଡି ହେବା କେ ଅନୁରୋଧ ।
ଜୟ ଭାରତ ।
ଜୟ କୋଶଲ ।
ଜୟ ମାଁ ସମଲେଇ ।

Leave A Reply

Your email address will not be published.

4 × four =