pakka

କୋଶଲ ରାଜ୍ୟ ଦାବିରେ ମହାବନ୍ଦ ପାଳନକାରୀଙ୍କ ନାମରେ ହେଲା ମାମଲା ରୁଜୁ : ବେଲ୍‌ରେ ମୁକୁଳିଲେ କୋଶଲ ସଂଗ୍ରାମୀ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ଠାରେ ଗତ ନଭେମ୍ବର ମାସରେ ବିଭିନ୍ନ ସଂଗଠନ ପକ୍ଷରୁ କୋଶଳ ରାଜ୍ୟ ଦାବିରେ ସହିଦ ଛକଠାରେ ୧୨ ଘଣ୍ଟିଆ ରାସ୍ତା ବନ୍ଧ ଡାକରା ଦିଆଯାଇଥିଲା । ଯାହାକୁ ନେଇ ସଙ୍ଗଠନର ସଭ୍ୟମାନଙ୍କର ନାମରେ ବିଭିନ୍ନ ଦଫାରେ କେସ୍‌ ହୋଇଥିଲା । ଏହାକୁ ନେଇ ଆଜି ଗାଇସିଲେଟ ଥାନାକୁ ଡକାଯାଇଥିଲା । ଏହି କୋଶଲ ଆନ୍ଦୋଳନ ଆଗକୁ ଆହୁରି ଜୋର୍‌ ହେବ ଏବଂ ଓଡିଶା ସରକାର କେସ୍‌ ଦେଇ କୋଶଲ ସଂଗ୍ରାମୀମାନଙ୍କୁ ଦବେଇ ବାକୁ ଚେଷ୍ଟା କରୁଛନ୍ତି ଓ କୋଶଳ ରାଜ୍ୟ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଆଜି ପ୍ରତିକ୍ରିୟା ରଖିଛନ୍ତି । ଏହି ମାମଲାରେ ଅରବିନ୍ଦ ପଣ୍ଡା, ଗଜପତି ସାହୁ, ବୀରେନ୍ଦ୍ର ପଧାନ, ଆନନ୍ଦ ପଧାନ, ସଞ୍ଜୟ ଝରର୍ଝରିଆ, ମହେଶ ପଣ୍ଡା, ସୋମନାଥ ସାହୁ, ରବି ସାହୁ, ରୋହିତ ପଧାନ ପ୍ରମୁଖ ଥାନାରେ ହାଜିର ହୋଇଥିଲେ ।

Leave A Reply

Your email address will not be published.

five + fourteen =