jsm

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଫଳାଫଳ ବିଶ୍ଲେଷଣ ସଭା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀମାନଙ୍କର ପିତାମାତା ଓ ଶିକ୍ଷକ, ଶିକ୍ଷୟିତ୍ରୀ ଏକ ବିଶେଷ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୂଡ଼ାମଣି ବାରିକଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରପର୍ସନ ବିନିଲତା ସାହୁ ମୁଖ୍ୟ ଅତିଥି ଓ ଭାଇସ୍‌ ଚେୟାରପର୍ସନ ନମିତା ସାହା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ରାବିନା ପଧାନ ସ୍ୱାଗତ ଭାଷଣ ଓ ଶିକ୍ଷକ ବୃନ୍ଦାବନ ଦାସ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ପାଣିଗ୍ରାହୀ ଆସନ୍ତା ବର୍ଷରେ ଛାତ୍ରୀମାନଙ୍କର ଶୈକ୍ଷିକ ବିକାଶ କିପରି ହେବ ଓ ବିଦ୍ୟାଳୟ ତରଫରୁ କି କି ପଦକ୍ଷେପ ନିଆଯାଇଛି ତାର ବିଷଦ ବର୍ଣ୍ଣନ କରି ପିତାମାତା ଓ ଅଭିଭାବକ, ଅଭିଭାବିକାମାନଙ୍କଠାରୁ ସହଯୋଗ କାମନା କରିଥିଲେ । ସୁରେନ୍ଦ୍ର କୁମାର ଭୋଇ ସଭା ପରିଚାଳନା କରିଥିଲେ । ବିଦ୍ୟାଳୟର ୭୫ ଜଣ ଅଭିଭାବକ, ଅଭିଭାବିକା ଏହି ସଭାରେ ଉପସ୍ଥିତ ଥାଇ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପରେ ଛାତ୍ରୀମାନଙ୍କୁ ତାଙ୍କର ପ୍ରଗତିପତ୍ର ଓ ଉତ୍ତର ଖାତା ପ୍ରଦାନ କରାଯାଇଥିଲା । ଅଭିଭାବକ, ଅଭିଭାବିକାମାନେ ବିଦ୍ୟାଳୟରେ ନିଆଯାଉଥିବା ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପରେ ସମ୍ପୂର୍ଣ୍ଣ ସନ୍ତୋଷ ପ୍ରକାଶ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଜୀବନାନନ୍ଦ ସାହୁ, ଚକ୍ରଧର ନାୟକ ତଥା ଶିକ୍ଷୟତ୍ରୀ ସଂଯୁକ୍ତା ଭୋଇ, ଖୁସ୍‌ବୁ ବରିହା, ଜ୍ୟୋତିରେଖା ମହାନନ୍ଦ, ପ୍ରଭାତୀ ପଟ୍ଟନାୟକ, ନୀଳିମାରାଣୀ ମହାନ୍ତି, କର୍ମଚାରୀ ସୁଷମା ଦାସ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର ସଭାକୁ ସଫଳ ମଣ୍ଡିତ କରିବାରେ ସହଯୋଗ କରିଥିଲେ । ପରିଶେଷରେ ପୂଜାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.