oom

ସ୍ୱର୍ଗତ ପ୍ରେମରାମ ଦୁବେଙ୍କ ଜନ୍ମ ତିଥିରେ ‘କୋସଲ ଏକତା ଦିବସ’ ପାଳନ କରିବ କୋସଲ ରାଜ୍ୟ ସମନ୍ୱୟ ସମିତି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଲ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ତଥା ସମ୍ବଲପୁରର ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ପ୍ରେମରାମ ଦୁବେଙ୍କ ଜନ୍ମତିଥି ଉପଲକ୍ଷେ ଆଗାମୀ ଅକ୍ଟୋବର ୨୨ ତାରିଖ ଦିନ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ “କୋସଲ ଏକତା ଦିବସ” ପାଳନ କରିବାକୁ ନିଷ୍ପତ୍ତିତ୍ତିଗ୍ରହଣ କରାଯାଇଛି । ଏହି ଦିନ ବିଭିନ୍ନ ଜିଲ୍ଲାରେ କୋଭିଡ୍‌ କଟକଣାକୁ ମାନି ସଭା କିମ୍ବା ଅନ୍‌ଲାଇନ ସଭା ମାନ କରାଯିବାକୁ ସଂଗଠନ ତରଫରୁ ନିଷ୍ପତ୍ତିି ଗ୍ରହଣ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ୱର୍ଗତ ଦୁବେ ୯୦ ଦଶକରେ ସମ୍ବଲପୁର ସହରରୁ କୋସଲ ପାର୍ଟି ନାଁରେ ଏକ ଦଳ ଗଠନ କରି ସ୍ୱତନ୍ତ୍ର କୋସଲ ପ୍ରଦେଶ ଦାବୀ ଉଠାଇଥିଲେ । ଏହିି ସଂଗଠନ ତରଫରୁ ବାସ୍ତବରେ ଆନୁଷ୍ଠାନିକ ଭାବରେ ପ୍ରଥମେ କୋସଲ ପ୍ରଦେଶର ଦାବୀ ଉଠା ଯାଇଥିଲା । ସେ କୋସଲ ଖବର ନାଁରେ ଏକ ଇଂରାଜୀ ପତ୍ରିକା ମଧ୍ୟ ପ୍ରକାଶ କରୁଥିଲେ । ସ୍ୱର୍ଗତ ଦୁବେ ସର୍ବ ପ୍ରଥମେ ସ୍ୱତନ୍ତ୍ର କୋସଲ ରାଜ୍ୟ ଦାବୀରେ ସମଗ୍ର କୋସଲାଂଚଳକୁ ଏକତ୍ରୀତ କରିବାର ପ୍ରୟାସ କରି ସମ୍ବଲପୁର ଭୂମିରୁ ଆନ୍ଦୋଳନର ଡାକରା ଦେଇ ସମଗ୍ର କୋସଲାଂଚଳକୁ ଏକତ୍ରୀତ କରିବାକୁ ପ୍ରଯତ୍ନ କରିଥିବାରୁ ସ୍ୱର୍ଗତ ଦୁବେଙ୍କ ଜନ୍ମତିଥିକୁ କୋସଲ ଏକତା ଦିବସ ରୂପେ ପାଳନ କରାଯିବ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ସୁନୀଲ ପୁରୋହିତ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.