ରୁଗୁଡିପଡା ନବରାତ୍ର ଦୁର୍ଗା ପୂଜା ପାଇଁ କଳସ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବରାତ୍ର ଦୁର୍ଗାପୂଜା ପାଇଁ ଶନିବାର ଭୋର ସକାଳ ୪ଟାରେ ରୁଗୁଡିପଡା ମଣ୍ଡପ ଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ମହାରାଣୀ ସାଗର ଠାରେ ପୂଜାଅର୍ଚ୍ଚାନା ପରେ ପୂର୍ଣ୍ଣ କଳସ ଦୁର୍ଗା ମଣ୍ଡପକୁ ଅଣିଥିଲେ । ପୂଜା କାର୍ଯ୍ୟରେ ମୁଖ୍ୟ ପୂଜକ ମେଘନାଥ ପାଣିଗ୍ରାହୀ, ନିରଞ୍ଜନ ମହାପାତ୍ର, ବିଶେଶ୍ୱର ପୁଜାରୀ, ସନ୍ତୋଷ ପଣ୍ଡା, ଲକ୍ଷ୍ମୀ ମହାରଣା ପ୍ରମୁଖ ସହଯୋଗ କରିଥିଲେ । କର୍ତ୍ତା ଭାବରେ ଜଗବନ୍ଧୁ ନାଏକ ଓ ତାଙ୍କର ସହଧର୍ମିଣୀ ଅନୁପମା ନାଏକ ଦାୟୀତ୍ୱ ତୁଲାଇଥିଲେ । ଏହି ଶୋଭାଯାତ୍ରାରେ ପୁଜା କମିଟିର କର୍ମକର୍ତ୍ତା, କାର୍ଯ୍ୟକାରୀ ସଦସ୍ୟ ପ୍ରମୁଖ ସହଯୋଗ କରିଥିôଲେ । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ସମସ୍ତ ଗାଇଡ୍‌ ଲାଇନ୍‌ ପାଳନ କରି ରୁଗୁଡ଼ିପଡ଼ା ଦୁର୍ଗା ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଏଥର ୪ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଦୁର୍ଗାଙ୍କ ମେଢ଼ ନିର୍ମାଣ ହୋଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.