
- ଚଳଚ୍ଚିତ୍ର ଅଭିନେତା ରାଜେଶ୍ ଖାନ୍ନାଙ୍କୁ ସମର୍ପିତ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ସାମାଜିକ ସଂସ୍ଥା ସେୟାର ୱିଙ୍ଗ ସୁର ତରଙ୍ଗ ପକ୍ଷରୁ ମାସିକ ସଙ୍ଗୀତ କାର୍ଯ୍ୟକ୍ରମ ରାଜେଶ୍ ଖାନ୍ନା ସ୍ପେସିଆଲ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ବିଶିଷ୍ଟ ସାମ୍ବାଦିକ ତଥା ଲେଖକ କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ସୁଧୀର ଅଧିକାରୀ ଓ ସମସ୍ତ ସୁର ତରଙ୍ଗ ପରିବାର ମା’ ଦୁର୍ଗା ଓ ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତିକୁ ମାଳା ପିନ୍ଧାଇ ଓ ପ୍ରଦୀପ ଜାଳି କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଥମ ସୁପରଷ୍ଟାର ରାଜେଶ୍ ଖାନ୍ନାକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କାର୍ଯ୍ୟକ୍ରମଟି ମା’ଙ୍କ ବନ୍ଦନା ଓ ଜଗନ୍ନାଥ ଭଜନରୁ ଆରମ୍ଭ ହୋଇଥିଲା । ଏହା ପରେ ସୁର ତରଙ୍ଗର ସ୍ଥାପକ ଦିଲୀପ କୁମାର ପରିଡା ସଂସ୍ଥାର ଆଗାମୀ ସଙ୍ଗୀତ କାର୍ଯ୍ୟକ୍ରମ ଓ ସମସ୍ତ ପରିବାର ଲୋକଙ୍କ ସୁର ତରଙ୍ଗର ଯାତ୍ରା ଓ ଅନୁଭୂତି ବିଷୟରେ ଆଲୋକପାତ କରିଥିଲେ । ପରେ ଅନୁଷ୍ଠାନ ତରଫରୁ ଶୁଭସ୍ମିତା ଦାସ କରଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା । ପରେ ଅନୁଷ୍ଠାନର ଶୁଭସ୍ମିତା ଦାସ, ଦିଲୀପ କୁମାର ପରିଡା, ବିଶ୍ୱଜିତ ଲେଙ୍କା, ଇତି ପଟ୍ଟନାୟକ, ମନୋଜ୍ ଶାହା, ଜଗନ୍ନାଥ ସାହୁ, ବିଳାସିନୀ ଅଧିକାରୀ, ରମେଶ ଷଡ଼ଙ୍ଗୀ, ରାଜେନ୍ଦ୍ର ଅଗ୍ରୱାଲ, ଅନିରୁଦ୍ଧ ସାହୁ, ମିନାକ୍ଷୀ ମହାରଣା, ଡ. ସତ୍ୟନାରାୟଣ ମିଶ୍ର, ବିମଳ ସାହୁ, ସୁଧୀର ଅଧିକାରୀ, ମନୋଜ ମହନ୍ତ, ଲୀନା ସେନାପତି, ଶ୍ରାବଣୀ ମହାନ୍ତି, ନିବେଦିତା ବେହେରା ପ୍ରମୁଖ ରାଜେଶ୍ ଖାନ୍ନାଙ୍କର ଚଳଚ୍ଚିତ୍ରର ସୁନ୍ଦର୍ ସୁନ୍ଦର ଗୀତ ଗାଇଥିଲେ । ଯାହା ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । କାର୍ଯ୍ୟକ୍ରମରେ ଅନିରୁଦ୍ଧ ସାହୁ ଓ ସୁଧୀର ଅଧିକାରୀଙ୍କ ଉଚ୍ଚକୋଟୀର ସଙ୍ଗୀତ ପରିବେଷଣ ଯୋଗୁଁ ଶ୍ରେଷ୍ଠ ସଂଗୀତ ଶିଳ୍ପୀ ଭାବେ ସମ୍ମାନିତ କରାଯାଇଥିଲା । ଡ. ସତ୍ୟନାରାୟଣ ମିଶ୍ର ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଶେଷରେ ରାଜେନ୍ଦ୍ର ଅଗ୍ରୱାଲ ଧନ୍ୟବାଦ ଜଣାଇଥିଲେ ।