csstore

କିରାବାହାଲରୁ ବନ ବିଭାଗ ଦ୍ୱାରା ୨୧ଟି ଶାଗୁଆନ କାଠ ଗଣ୍ଡି ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ରେଞ୍ଜ ଅନ୍ତର୍ଗତ କିରାବାହାଲରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୧ଟି ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାରଙ୍କ ନେତୃତ୍ୱରେ ପାଢେଲ ବନ ବିଭାଗର ଅଧିକାରୀ ଏବଂ ବଲାଙ୍ଗିର ଡିଭିଜନର ମୋବାଇଲ ସ୍କ୍ୱାଡର ମିଳିତ ଭାବେ କିରାବାହାଲରେ ଚଢାଉ କରାଯାଇ ୨୧ଟି ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଥିଲା ଏବଂ ଜବତ କାଠ ଗଣ୍ଡିକୁ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.