ls

ଆଗଲପୁର ଅଞ୍ଚଳର ଯୋଗ୍ୟ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ ପାଇଁ ଦାବୀ

2020

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ ଅଞ୍ଚଳରେ ଲଗାଣ ବର୍ଷାରେ ଅନେକ ଘରଦ୍ଵାର ଭାଙ୍ଗିଗଲା । ନଦୀନାଳମାନଙ୍କର ବନ୍ୟାପାଣିରେ ଅନେକ ଧାନଚାଷ ନଷ୍ଟହୋଇଗଲା ଓ ସମ୍ପୂର୍ଣ ଭାବରେ ଚାଷୀମାନଙ୍କ ଜମିରେ ବାଲିଚର ମାଡ଼ିଗଲା । କ୍ଷୟକ୍ଷତି ଆକଳନ କରିବା ପାଇଁ ସ୍ଥାନୀୟ ବିଧାୟକ ଡ.ମୁକେଶ ମହାଲିଙ୍ଗ ବଲାଙ୍ଗିର ନିଲମ୍ବିତ ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର, ତହସିଲଦାର ସନ୍ତୋଷ ଦାସ କ୍ଷତି ହୋଇଥିବା ଅଞ୍ଚଳଗୁଡିକ ବୁଲି ଦେଖିଥିଲେ । ପରେ ଜିଲ୍ଲାପ୍ରଶାସନ ତରଫରୁ ତହସିଲ ଓ କୃଷିକର୍ମଚାରୀ ମାନଙ୍କୁ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । କ୍ଷୟକ୍ଷତି ଆକଳନ କରି ତହସିଲଦାର ପ୍ରାଥମିକ ରିପୋର୍ଟ ମଧ୍ୟ ପ୍ରଦାନ କରିଥିଲେ । କିନ୍ତୁ ଏପର୍ୟ୍ୟନ୍ତ କିଛି ସହାୟତା ମିଳିନଥିବାରୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ପରିବାର ଚିନ୍ତିତ ହୋଇ ପଡ଼ିଛନ୍ତି । ତେଣୁ ତୁରନ୍ତ ପ୍ରଶାସନ ଏ ଦିଗରେ ଦୁଷ୍ଟି ଦେବାକୁ ଦାବୀ ହୋଇଛି ।

Leave A Reply

Your email address will not be published.