ଆଜି ବଲାଙ୍ଗିର ଜିଲ୍ଲାରୁ ୧୧୦ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୫୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୫୧ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବଲାଙ୍ଗିର ପୌରାଂଚଳର ଇନ୍ଦିରାନଗରରୁ ୧, ଟିକ୍ରାପଡ଼ାରୁ ୨, ରାଧାରାଣୀପଡ଼ାରୁ ୧, ତାଲପାଲିପଡ଼ାରୁ ୩, ରୁଗୁଡ଼ିପଡ଼ାରୁ ୧, ମାଲପଡ଼ାରୁ ୧, ବିବିଏମ୍‌ସିଏଚ୍‌ରୁ ୧, ଇଚ୍ଛାପଡ଼ାରୁ ୧, ସୁଦପଡ଼ାରୁ ୨, ଲାଲଟିକ୍ରାରୁ ୧, ରାମେଶ୍ୱରନଗରରୁ ୪, ଟାଉନ ପୋଲିସରୁ ୧, ହାତୀଶାଲପଡ଼ାରୁ ୧, ବେହେରାପାଲିରୁ ୧, ଠିକାଦାରପଡ଼ାରୁ ୧, ସ୍ୱଧାରା ସାଲେପାଲିରୁ ୧, ସତ୍ୟନାରାୟଣପଡ଼ାରୁ ୧, ଶ୍ରୀରାମନଗରରୁ ୨, ପେଲେସଲାଇନରୁ ୩, ଗାନ୍ଧୀନଗରପଡ଼ାରୁ ୧, ଓଲ୍‌ଡ଼ ପେଲେସ୍‌ରୁ ୧, ସାଗରପଡ଼ାରୁ ୩, ଚନ୍ଦ୍ରଶେଖରନଗରରୁ ୧, ରାଜେନ୍ଦ୍ରପଡ଼ାରୁ ୧, କ୍ଲବ୍‌ପଡ଼ାରୁ ୨, ରାମଜୀପଡ଼ାରୁ ୧, ପୋଲିସ କଲୋନୀରୁ ୨, ରାଧାରାଣୀପଡ଼ାରୁ ୧, ଚିମନିଭାଟିପଡ଼ାରୁ ୧, ମାଲପଡ଼ାରୁ ୧, ମହାଲକ୍ଷ୍ମୀନଗରରୁ ୪, ସିଭିଲ୍‌ କୋର୍ଟ ପଛପାଖରୁ ୧, ଆନନ୍ଦନଗରରୁ ୧, ମନୋହରପୁରରୁ ୧ ଜଣ ପୋଜିଟିଭ୍‌ ବାହାରିଛନ୍ତି । ସେହିପରି ଗ୍ରାମାଂଚଳରୁ କଂଟାବାଂଜି ଏନ୍‌ଏସି.ରୁ ୨୭, ଟିଟିଲାଗଡ଼ ମ୍ୟୁନିସିପାଲିଟି ବହିଦାରପଡ଼ାରୁ ୧, ନୀଳଚକ୍ରନଗରରୁ ୨, ଓଲ୍‌ଡ଼ ବ୍ୟାଙ୍କ ଛକ୍‌ରୁ ୨, ବଲାଙ୍ଗିର ବ୍ଲକ୍‌ ବଘାପାଲିରୁ ୧, ବେଲପଡ଼ା ବ୍ଲକ୍‌ ଘାଘୁର୍ଲିରୁ ୧, ଦେଓଗାଁ ବ୍ଲକ୍‌ ଚୋର୍‌ମରାରୁ ୧, ଗୁଲଭେଲା ବ୍ଲକ୍‌ ତୁଷୁରାରୁ ୪ ଓ ମଦନପୁରରୁ ୧, ଗୁଡ଼ଭେଲାରୁ ୧, ଗୁଡ଼ଭେଲା ବ୍ଲକ୍‌ ନୂଆପଡ଼ାରୁ ୧, ଖପ୍ରାଖୋଲ ବ୍ଲକ୍‌ ଜୁରିଆରୁ ୨, ପାଟଣାଗଡ଼ ବ୍ଲକ୍‌ ଗେର୍‌ଡ଼ାରୁ ୧ ଓ ସରମୁହାଣରୁ ୧, ପାଟଣାଗଡ଼ ଏନ୍‌ଏସି. ବରମପୁରାରୁ ୧, ପୁଇଁନ୍ତଲାରୁ ୬, ସଇଁନ୍ତଲା ବ୍ଲକ୍‌ ରେଂଗାଲିରୁ ୧ ଓ ବଡ଼ମାଲରୁ ୧, ଟିଟିଲାଗଡ଼ ବ୍ଲକ୍‌ ଲୁଥୁରବନ୍ଦରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ଜିଲ୍ଲାର କଣ୍ଠଉମାଲ ଏବଂ ବାଲେଶ୍ୱର ଗାଇଚଖୁଣ୍ଟାରୁ ୨ ଜଣ ଏହି ତାଲିକାରେ ସାମିଲ୍‌ ଅଛନ୍ତି । ଏଥିସହିତ ଜଣେ ପୁରୁଷ କୋଭିଡ଼ ଯୋଦ୍ଧା ମଧ୍ୟ ଆଜି ସଂକ୍ରମଣର ଶିକାର ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୨୨୦୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୪୭ ଜଣ ଏକ୍‌ଟିଭ୍‌ ରହିଛନ୍ତି । ୧୭୫୪ ଜଣ ସୁସ୍ଥ ହୋଇ ସାରିଥିବା ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.