କୋଶଲ୍ ରାଏଜେ କୋଶଲୀ ଭାଷା ଥି ଶିକ୍ଷାଦାନ ଦାବୀରେ ନୀରବ ସତ୍ୟାଗ୍ରହ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଗାଇସିଲାଟ ବ୍ଲକ ବୁରୋମୁଣ୍ଡା ଠାରେ ପଶ୍ଚିମ ଓଡିଶାରେ କୋସଲି ଭାଷାରେ ଶିକ୍ଷାଦାନ ପ୍ରଚଳନ କରିବା ଦାବୀରେ କୋସଲି କ୍ରିୟାନୁଷ୍ଠାନ କମିଟୀ ତରଫରୁ ନୀରବ ସତ୍ୟାଗ୍ରହ ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ସତ୍ୟାଗ୍ରହୀ ଅରବିନ୍ଦ ପଣ୍ଡା, ସରୋଜ ସାହୁ, ସାକେତ ଶ୍ରୀଭୂଷଣ ସାହୁ ନୀରବ ବ୍ରତ ଧାରଣ କରି ସରକାର ମନମୁଖୀ ପଶ୍ଚିମ ଓଡିଶାର ବିଦ୍ୟାଳୟମାନଂକୁ ଓଡିଆ ମାଧ୍ୟମ ଚଲାଉଥିବା ନେଇ ବିରୋଧ ଜଣାଇଥିଲେ । ସତ୍ୟାଗ୍ରହୀ ମାନଂକ ପକ୍ଷରୁ ଜାରି ହୋଇଥିବା ପ୍ରେସ ନୋଟ ରେ ଉଲ୍ଲେଖ କରିଛନ୍ତି ଯେ ପଶ୍ଚିମ ଓଡିଶା ପାଇଁ ଓଡ଼ିଆ ଏକ ବିଦେଶୀ ଭାଷା । ତେଣୁ ପଶ୍ଚିମ ଓଡିଶାର ଶିଶୁ ପ୍ରଥମେ ଏକ ବିଦେଶୀ ଭାଷା ଶିଖୁଛି ଏବଂ ପରେ ଅନ୍ୟ ବିଷୟ ସବୁ ସେ ଭାଷାରେ ପଢିବା ବେଳେ ମାନସିକ ଚାପର ଶିକାର ହେଉଛି । ଏହାଦ୍ୱାରା ସେ ବିଷୟକୁ ଶିଖିବା ପାଇଁ ଓଡିଶାର ଓଡିଆ ଭାଷୀ ଅଂଚଳର ଶିଶୁମାନଂକ ଠାରୁ ପଛେଇ ଯାଉଛି । ଏହି ପାର୍ଥକ୍ୟ ଓଡିଆ ଭାଷୀ ଅଂଚଳ ଓ କୋସଲି ଭାଷୀ ଅଂଚଲର ଛାତ୍ରମାନଂକ ଶିକ୍ଷାହାର ଦେଖି ଜାଣିପାରିବେ । ପଶ୍ଚିମ ଓଡିଶାର ଶିକ୍ଷାହାର ୪୨% ରୁ ୭୦.୬୫% ମଧ୍ୟରେ ରହିଥିବା ବେଳେ ପୂର୍ବ ଓଡିଶାର ଶିକ୍ଷାହାର ୭୦.୫୬% ରୁ ୭୯.୫୯% । ଏ ତାରତମ୍ୟର ଅନେକ ପାରିପାର୍ଶିକ କାରଣ ଥିଲେ ମଧ୍ୟ ମୁଖ୍ୟ ହେଉଛି ପୂର୍ବ ଓଡିଶାର ଶିଶୁମାନେ ତାଙ୍କ ମାତୃଭାଷା ଓଡ଼ିଆରେ ଶିକ୍ଷା ପାଉଥିବା ବେଳେ ପଶ୍ଚିମ ଓଡିଶାର ଶିଶୁମାନେ ନିଜ ମାତୃଭାଷା କୋସଲିରେ ଶିକ୍ଷା ପାଉନାହାନ୍ତି । ତେଣୁ ସତ୍ୟାଗ୍ରହୀ ମାନେ ଦାବି
କରୁଛନ୍ତି ଯେ ପଶ୍ଚିମ ଓଡିଶାର ଛାତ୍ରକୁ ତାର ମାତୃଭାଷା କୋସଲିରେ ଶିକ୍ଷା ଦିଆଯାଉ । ପ୍ରଥମ ଦିନର ସତ୍ୟାଗ୍ରହକୁ ସମର୍ଥନ ଦେବାପାଇଁ କବି ଯଦୁମଣି ସାହୁ, ଭାଷାକର୍ମି ବଲ୍ଲବ ସାହୁ, କବି ଶେଷଦେବ ଦୀପ, କବି ଇଶ୍ଵର ସାହୁ ଯୋଗଦାନ କରିଥିଲେ ।

Leave A Reply

Your email address will not be published.