ଜାଣିଲେ ଶିହିରି ଯିବ ଦେହ : ୧୧ ବର୍ଷ ବାଳକ ନିଜ ସାଥୀକୁ ପଥରରେ ଛେଚି ହତ୍ୟା କଲା

ଇନ୍ଦୋର : ମଧ୍ୟପ୍ରଦେଶର ବ୍ୟବସାୟ ନଗରୀ ଇନ୍ଦୋରରେ ଏକ ଏମିତି ଘଟଣା ଘଟିଛି, ଯାହା ଜାଣିଲେ ଦେହ ଶିହିରି ଯିବ । ଭିଡ଼ିଓ ଗେମ୍‌ରେ ହାରିଯିବାରୁ ଜଣେ ୧୧ ବର୍ଷର ବାଳକ ପଥରରେ ମୁଣ୍ଡ ଛେଚି ନିଜ ସାଥୀକୁ ହତ୍ୟା କରିଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ସଂପୃକ୍ତ ଅଭିଯୁକ୍ତ ବାଳକ ହତ୍ୟା କରିଥିବା କଥାକୁ ସ୍ୱୀକାର କରିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ କାଲି ମଧ୍ୟାହ୍ନରେ ସ୍ଥାନୀୟ ଲସୁଡ଼ିଆ ଥାନା ଅଂଚଳରେ ରହୁଥିବା ୯ ବର୍ଷର ବାଳିକା ଗାଧୋଇ ସାରିବା ପରେ ଫୁଲ ତୋଳିବାକୁ ଯାଇଥିଲା, କିନ୍ତୁ ଆଉ ଫେରି ନଥିଲା । ଯେତେବେଳେ ଖୁବ୍‌ ବିଳମ୍ବ ପର୍ଯ୍ୟନ୍ତ ତାର କୌଣସି ଖୋଜ୍‌ ଖବର୍‌ ମିଳିଲା ନାହିଁ, ତେବେ ପରିବାରବର୍ଗ ଥାନାରେ ଜଣାଇଥିଲେ । ଘଟଣାର ତଦନ୍ତ କରି ମୃତ୍ୟୁବରଣ କରିଥିବା ନିରୀହା ବାଳିକାଙ୍କ ଘରେ ଭଡ଼ାରେ ରହୁଥିବା ପରିବାରର ୧୧ ବର୍ଷର ଜଣେ ବାଳକକୁ ସଂଦେହରେ ଉଠାଇଥିଲା । ତେବେ ସଂପୃକ୍ତ ବାଳକ ପୁଲିସ ଆଗରେ ନିଜେ ହତ୍ୟା କରିଥିବା କଥାକୁ ସ୍ୱୀକାର କରିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.