ସଂଜୟ ଦତ୍ତ କ୍ୟାନ୍‌ସର ଚିକିତ୍ସା ଭିତରେ ଆରମ୍ଭ କଲେ ‘ଶମ୍‌ଶେର’ର ସୁଟିଂ

ପତ୍ନୀ ମାନ୍ୟତା କହିଲେ : ‘ରୁକ୍‌ ଜାନା ନେହିଁ ତୁ କହିଁ ହାର୍‌କେ’
ମୁମ୍ବାଇ : ବଲଉଡ଼ ତାରକା ସଂଜୟ ଦତ୍ତ ଫୁସ୍‌ଫୁସ୍‌ କ୍ୟାନ୍‌ସର ରୋଗର ଚିକିତ୍ସା ଭିତରେ ଆରମ୍ଭ କରି ଦେଇଛନ୍ତି ତାଙ୍କ ‘ଶମ୍‌ଶେର୍‌’ ଫିଲ୍ମର ସୁଟିଂ । ଏ ସଂପର୍କରେ ତାଙ୍କ ପତ୍ନୀ ମାନ୍ୟତା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟିଂ କରିଛନ୍ତି । ବର୍ତ୍ତମାନ ବଲଉଡ଼ ଅଭିନେତା ସଂଜୟ ଦତ୍ତ ଫୁସ୍‌ଫୁସ୍‌ କ୍ୟାନ୍‌ସର ସହ ଲଢ଼ୁଛନ୍ତି । ତାଙ୍କ ପ୍ରଥମ ରାଉଣ୍ଡର କେମୋଥେରାପି ସମାପ୍ତ ହୋଇ ସାରିଛି । ଦ୍ୱିତୀୟ ରାଉଣ୍ଡ କେମୋଥେରାପି ଆରମ୍ଭ ହେବାକୁ ଯାଉଛି । ତେବେ ଏହି ସମୟରେ ଅଭିନେତା ସଂଜୟ ଦତ୍ତତାଙ୍କର ଆସୁଥିବା ଫିଲ୍ମ ‘ଶମ୍‌ଶେର୍‌’ର ସୁଟିଂ ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମରେ ସଂଜୟଙ୍କ ସହ ରଣବୀର କପୁର ଏବଂ ବାଣୀ କପୁର ଗୁରୁତ୍ୱପୂର୍ଣ୍ଣ ଅଭିନୟରେ ଅବତୀର୍ଣ୍ଣ ହୋଇଛନ୍ତି ।
ଏ ସଂପର୍କରେ ଆଜି ସଂଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ଏକ ଫଟୋ ସହ ଏକ ପୋଜିଟିଭ୍‌ ନୋଟ୍‌ ସେଆର୍‌ କରିଛନ୍ତି । ସେ ଲେଖିଛନ୍ତି – ‘ରୁକ୍‌ ଜାନା ନହିଁ ତୁ କହିଁ ହାର୍‌କେ…. କାଁଟୋ ପେ ଚଲ୍‌କେ ମିଲେଙ୍ଗେ ସାଏ ବହାର କେ…. ।’ ଆମକୁ ଜୀବନର କିଛି ଉତ୍ତମ ଦିନ ଅର୍ଜନ କରିବା ପାଇଁ କିଛି ମୁସ୍‌କିଲ ଦିନ ସହ ଲଢେ଼ଇ କରିବାକୁ ହେବ ।

Leave A Reply

Your email address will not be published.