ସ୍ୱରାଗିଣୀର ମାଁ ଖୁଦୁରୁକୁଣୀ ମେଲଣରେ ୪୫ ଟି ମୂର୍ତ୍ତିର ଅଂଶଗ୍ରହଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଗିଣୀର ତୃତୀୟ ମାଁ ଖୁଦୁରକୁଣୀ ମେଲଣ ସେକ୍ଟର ୨୦ । ଡି – ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମଙ୍ଗଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ଆର.ଏସ.ପିର ସି.ଜି.ଏମ ଗିରିଜା ଶଙ୍କର ଦାସ ଓ ଆର.ଏସ.ପି ଲୋକସମ୍ପର୍କ ବିଭାଗର ମହା ପ୍ରବନ୍ଧକ ଅର୍ଚ୍ଚନା ଶତପଥୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ମେଲଣରେ ପ୍ରାୟ ୪୫ଟି ମୂର୍ତ୍ତି ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ସଂଗୀତ ଗୁରୁ ଶୁକଦେବ ଜେନା, କଥକ ନୃତ୍ୟଶିଳ୍ପୀ କେତକୀ ଭଟ୍ଟାଚାର୍ଯ୍ୟ, କ୍ରୀଡାବିତ ସସ୍ମିତା ପଟ୍ଟନାୟକ ଓ ସମାଜସେବୀ କାଜଲ ଦାସଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମେମୋଣ୍ଟୋ ଦିଆଯାଇ ସ୍ୱରାଗିଣୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଚାରକ ଭାବେ ଜ୍ୟୋସ୍ନାରାଣୀ ଉପାଧ୍ୟାୟ ଓ ସୀମା ମହନ୍ତ ଯୋଗଦେଇ ମୂର୍ତ୍ତିଗୁଡ଼ିକର ମୂଲ୍ୟାଙ୍କନ କରି ରେଣୁବାଳା ବାରିକଙ୍କୁ ପ୍ରଥମ, ଦୀପଶିଖା ନାୟକଙ୍କୁ ଦ୍ଵିତୀୟ, ବର୍ଷା ସାହୁ ଓ ସୀମରନ ପାଢ଼ୀଙ୍କୁ ଯୁଗ୍ମ ଭାବେ ତୃତୀୟ ଓ ସାନ୍ତ୍ଵନା ମୂଳକ ଭାବେ ନିବେଦିତା ମହାନ୍ତିଙ୍କୁ ଟ୍ରଫି ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ମାନିତ କରାଯାଇଥିଲା । ସେହିପରି ଅନ୍ୟ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ସାନ୍ତ୍ଵନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନ ତରଫରୁ ନୃତ୍ୟ ସଂଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ମଙ୍ଗଳ ସ୍ୱାଗତ ଭାଷଣ ରଖିଥିଲା ବେଳେ ସଭାପତି ସାଗରିକା ସାହାଣୀ, ସମ୍ପାଦିକା ମମତାଞ୍ଜଳୀ ଦାସ, ସାଂସ୍କୃତିକ ସମ୍ପାଦିକା ରଶ୍ମିରାଣୀ ନାୟକ ପ୍ରମୁଖ ମଞ୍ଚ ସଂଯୋଜନା କରିବା ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦୀପ୍ତି ନାୟକ, ସୁନିତା ବିଶ୍ୱଳ, ପ୍ରତିମା ବେହେରା, ବିଷ୍ଣୁପ୍ରିୟା ସାହୁ, ରଞ୍ଜିତା ସାହୁ, ପୁଷ୍ପଲତା ବିଶ୍ୱଳ, ମୀନତି ତ୍ରିପାଠୀ, ବାସନ୍ତୀ ସେଠୀ, ସୋମା ଭଟ୍ଟାଚାର୍ଯ୍ୟ, ଉର୍ମିଳା ପରିଡା, ପଦ୍ମାରାଣୀ ବେହୁରା, ସ୍ୱର୍ଣ୍ଣଲତା ମହାନ୍ତି, ରୂପା ଜ୍ୟୋତି, ଜ୍ୟୋସ୍ନାରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.