csstore

ଛତ୍ରପୁର ଆମ ପୋଲିସ ସମିତି ପକ୍ଷରୁ କରାତଳିଠାରେ ଖୋଲାମଞ୍ଚ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କରତଳି ଗ୍ରାମରେ ଛତ୍ରପୁର ଥାନା ତରଫରୁ ଆମ ପୋଲିସ ସମିତିର ଏକ ଖୋଲାମଞ୍ଚ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଅବାଧ ଓ ନିରପେକ୍ଷ ଭାବେ ପରିଚାଳିତ ହେବ ଏବଂ କୋରନାର ପରବର୍ତ୍ତୀ ସତର୍କତ୍ତା ଅବଲମ୍ବନ ତଥା ସାମାଜିକ ଆଇନଶୃଙ୍ଖଳା ସମ୍ବଳିତ ଅନେକ ତାତ୍ପର୍ଯ୍ୟ ଦେଇ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଗାଁର ବୃଦ୍ଧିଜୀବୀଙ୍କୁ ଆଲୋକପାତ କରିଥିଲେ । ସନ୍ଧ୍ୟା ୭ଘଣ୍ଟା ସମୟରୁ ରାତ୍ରି ୮ ଘଣ୍ଟା ମଧ୍ୟରେ ପ୍ରାୟ ଏକ ଘଣ୍ଟା କାଳ ଅନେକ ତାତ୍ଵିକ ଆଲୋଚନା ଦେଇଥିଲେ । ସରପଞ୍ଚ ନରସିଂହ ରେଡ୍ଡୀ, ସମିତି ସଭ୍ୟ ଜୟଦେବ ଲେଙ୍କା, ସେନାପତି ନାହାକ, ଜି.ରଘୁନାଥ ରେଡ୍ଡୀ, ଏସ୍‌ଏଚ୍‌ଜି ମହିଳା ଗ୍ରୁପ ପ୍ରତିନିଧି ଅନୂସୟା ନାହାକ, ତଥା ଗାଁର ଭଦ୍ରବ୍ୟକ୍ତି, ଏସ୍‌ଏଚ୍‌ଜି ମହିଳା ଗ୍ରୁପ ଗୋଷ୍ଠୀ ଆଶାଦିଦି, ଅଙ୍ଗନାବାଡ଼ି ଦିଦି ଏବଂ ଗାଁର ସମାଜସେବୀ, ସଜ୍ଜନମଣ୍ଡଳୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନେକ ଦିନ ପରେ ଜଣେ ନୂଆଁ ଥାନାବାବୁଙ୍କର ଏଭଳି ସମାଜସେବାମୂଳକ କାର୍ଯ୍ୟ ଦେଖି ସଭିଏଁ ଖୁସିବ୍ୟକ୍ତ କରିଛନ୍ତି ଏବଂ ଥାନାବାବୁଙ୍କ ବାର୍ତ୍ତାଲାପ ଶୁଣି ସମସ୍ତେ ଏହି ପୋଲିସ ଅଧିକାରୀଙ୍କ ଅଚାନକ ଖୋଲାମଞ୍ଚରେ ଉପସ୍ଥାପନକୁ ନେଇ ତାଙ୍କ ଭୁୟସୀ ପ୍ରସଂଶା କରିଛନ୍ତି ।

jayashree
Leave A Reply

Your email address will not be published.