csstore

୧୯ ବର୍ଷରୁ କମ୍‌ ଫୁଟବଲ ଖେଳାଳୀ ଚୟନ ଚୁଡାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଫୁଟବଲ ସଂଘ (ଫାଓ) ତରଫରୁ ଆସନ୍ତା ମାସରେ ଆନ୍ତଃ ଜିଲ୍ଲା ୧୯ ବର୍ଷରୁ କମ୍‌ ଫୁଟବଲ ଚମ୍ପିୟନସିପର ଆୟୋଜନ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ଜିଲ୍ଲା ଅଂଶ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଜିଲ୍ଲା କ୍ରୀଡା ସଂସଦର ଏହି ନିଷ୍ପତ୍ତି ଅନୁଯାୟୀ ଆଜି ଫୁଟବଲ ସମ୍ପାଦକ ଶରତ ନନ୍ଦଙ୍କ ତତ୍ୱାବଧାନରେ ବଲାଙ୍ଗିର ଗାନ୍ଧୀ ଷ୍ଟଡିୟମ ଠାରେ ଜିଲ୍ଲା ଦଳ ପାଇଁ ଖେଳାଳୀ ଚୟନ କରାଯାଇଥିଲା । ଜିଲ୍ଲାର ସମସ୍ତ ବ୍ଲକରୁ ୮୪ ଜଣ ଖେଳାଳୀ ଯୋଗଦାନ କରିଥିଲେ । ସମସ୍ତ ଖେଳାଳୀଙ୍କ ପ୍ରତିଭାର ଦକ୍ଷତା ଦେଖି ଖେଳାଳୀ ଚୟନ କରାଯାଇଛି । ଶ୍ରୀକାନ୍ତ ରାଉତ, ଡା. ସିଦ୍ଦେଶ୍ୱର ମିଶ୍ର, ସୁଧାଂଶୁ ସେଠ, ପ୍ରଦୀପ ମହାରଣା, ଜିତୁ ଦଳାଇ, ହେମନ୍ତ ପଧାନ ଆଦି ଚୟନ କର୍ତ୍ତା ଦାୟୀତ୍ୱ ତୁଳାଇଥିବା ବେଳେ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, କୋଷାଧ୍ୟ୍ୟକ୍ଷ ହେମନ୍ତ ବେହେରା, ସଦସ୍ୟ କୈଳାଶ କର୍ତ୍ତି, ଭୁପେନ୍ଦ୍ର ସିଂହ, ପ୍ରଭାତ ମିଶ୍ର, ବିଭୁତି ପଣ୍ଡା ତଥା ଜିଲ୍ଲା କ୍ରୀଡାଧିକାରୀ ପରାସର ବାଗ ଆଦି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.