pakka

ପୋଲରୁ ଖସିଲା ଟ୍ରକ୍, ହେଲପର୍ ମୃତ

bbehera

ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ଟୁଣଟୁଣା ଅରଡେଇଠାରେ ଏକ ବାଲି ବୋଝେଇ ହାଇୱା ଟ୍ରକ୍ ଦୁର୍ଘଟଣାଗସ୍ତ । ଟ୍ରକଟି ପୋଲ ଉପରୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ଗାଡ଼ିର ହେଲପରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ହାଇୱା(ଙଡି୧୪ସି୩୩୭୯) ଜ୍ୟୋତିପୁର ବାଲି ଖଣିରୁ ବାଲି ବୋଝେଇ କରି ଯୋଡ଼ା ଆଡ଼କୁ ଦୃତ ଗତିରେ ଯାଉଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଥିଲା । ମୃତକ ଜଣକ ଚମ୍ପୁଆ ଥାନା ଅନ୍ତର୍ଗତ ଦୋଳିତା ଗ୍ରାମର ଗୁରୁଚରଣ ନାଏକ ବୋଲି ସୂଚନା । ତେବେ ଏବେ ଯାଏଁ ହାଇୱା ଡ୍ରାଇଭରର ପତ୍ତା ମିଳିନାହିଁ । ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

3 + twelve =

error: Content is protected !!