pakka

ଖପ୍ରାଖୋଲ ପୁଲିସକୁ ମିଳିଲା ବଡ ସଫଳତା : ଧରା ପଡିଲେ ୬ ଜଣ ଲୁଟେରା

bbehera

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅର୍ନ୍ତଗତ ଖପ୍ରାଖୋଲ ଥାନା ନାନ୍ଦୁପଲା ଗ୍ରାମର ଦିବାକର ବେହେରାଙ୍କ ପୁଅ ଋଷି କୁମାର ବେହେରା ଗତ ୧୦ା୧୦ା୨୦୨୧ ତାରିଖ ଦିନ ନିଜ ଗ୍ରାହକ ସେବା କେନ୍ଦ୍ର ନାନ୍ଦୁପଲା ଶାଖା ପାଇଁ ଖପ୍ରାଖୋଲ ଉକ୍ରଳ ଗ୍ରାମୀଣ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଏକଲକ୍ଷ ଅଣତିରିଶ ହଜାରଟଙ୍କା ଉଠାଣ କରି ନାନ୍ଦୁପଲାରେ ଥିବା ନିଜ ଗ୍ରାହକ ସେବା କେନ୍ଦ୍ରକୁ ଫେରୁଥିବା ସମୟରେ ହରିଶଙ୍କର ଛକ ନିକଟସ୍ଥ ବାଲିଜୋର ପାଖରେ ଦୁଇଟି ବାଇକରେ ଚାରିଜଣ ଯୁବକ ସାମନା ପଟରୁ ଆସି ଋଷି କୁମାରଙ୍କୁ ଆକ୍ରମଣ କରି ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟିନେଇ ଥିଲେ ।

ଏନେଇ ଋଷି କୁମାର ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲେ । ତେବେ ଉକ୍ତ ଅଭିଯୋଗକୁ ଆଧାର କରି ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏକ ଟିମ ଗଠନ କରି ଖୁବ କମ ସମୟରେ ଏକ ଲୁଟେରା ଦଳକୁ ଠାବ କରିବା ସହିତ ଏହି ଲୁଟେରା ଦଳ ଋଷି କୁମାରଙ୍କ ଲୁଟରେ ସାମିଲ ଥିବା ଆଜି ଶନିବାର ଦିନ ଖପ୍ରାଖୋଲ ପୁଲିସ ତରଫରୁ ଏକ ପ୍ରେସମିଟ ଜରିଆରେ ପାଟଣାଗଡ ଏସ୍‌ଡିପିଓ ଜ୍ୟୋର୍ତିମୟ ଭୁକ୍ତା ଖପ୍ରାଖୋଲ ଗଣମାଧ୍ୟମକୁ ଜଣାଇଛନ୍ତି । ଏହି ଲୁଟ୍‌ରେ ଖପ୍ରାଖୋଲ ଅଞ୍ଚଳର ଜଣେ ଖବରୀ ଭାବରେ କାର୍ଯ୍ୟ କରି ଏକ ଯୋଜନା ବଦ୍ଧ ଭାବରେ ଋଷି କୁମାର ବେହେରାଙ୍କୁ ଅନୁସରଣ କରି ଗତ ୧୦ତାରିଖ ଦିନ ଆକ୍ରମଣ କରି ଟଙ୍କାଲୁଟ କରିଥିବା ଲୁଟେରାମାନେ ସ୍ୱୀକାର କରିଛନ୍ତି । ଏହି ଡକାୟତିରେ ଆଠ ଜଣ ସାମିଲ ଥିବା ବେଳେ ପୁଲିସ ଛଅ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ଓ ଅନ୍ୟ ଦୁଇଜଣ ଫେରାର ଥିବା ଜଣାପଡଥିବା ବେଳେ ଲୁଟେରାମାନେ ଦେଷଣ, ସାନ୍ତପୁର, ବଲାଙ୍ଗିର ସହରର ଲାଲଟିକ୍ରା, ଗାନ୍ଧୀନଗରପଡା ଓ ବଲାଙ୍ଗିର ସଦର ଥାନା ଅର୍ନ୍ତଗତର ହୋଇଥିବା ଜଣାପଡିଛି । ଏହା ସହିତ ପୁଇଁନ୍ତଲା ଅଞ୍ଚଳର ଦୁଇଜଣ ଏଥିରେ ସଂଶ୍ଲିଷ୍ଟ ରହିଥିବା ଗଣମାଧ୍ୟମକୁ ଏସଡିପିଓ ଶ୍ରୀ ଭୁକ୍ତା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଗିରଫ ହୋଇଥିବା ଛଅ ଜଣଙ୍କ ପାଖରୁ ଋଷି କୁମାରଙ୍କ ଠାରୁ ଲୁଟିଥିବା ଏକ ଲକ୍ଷ ଅଣତିରିଶ ହଜାର ଟଙ୍କା ମଧ୍ୟରୁ ୧୪ ହଜାର ଟଙ୍କା ଜବତ ହୋଇଥିବା ସହିତ ବ୍ୟାଗରେ ଥିବା ଦୁଇଟି ଚେକ୍‌ ବୁକ , ତିନୋଟି ବ୍ୟାଙ୍କ ଜମାଖାତା ଓ ଗୋଟିଏ ଏଗ୍ରିମେଣ୍ଟ କାଗଜ ପୁଲିସ ଉଦ୍ଧାର କରିଛି ।

ଏଥି ସହିତ ଲୁଟ୍‌ରେ ବ୍ୟବହାର କରାଯାଇଥିବା ଦୁଇଟି ବାଇକ ଓ ଲୁଟେରାମାନେ ବ୍ୟବହାର କରୁଥିବା ୫ଟି କି ପେଡ୍‌ ମୋବାଇଲ ସହିତ ଗୋଟିଏ ଏଣ୍ଡ୍ରୋଏଡ୍‌ ମୋବାଇଲ ଜବତ କରିଛି । ପ୍ରେସ୍‌ ମିଟରେ ଏସ୍‌ଡିପିଓ ଶ୍ରୀ ଭୁକ୍ତା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଯାହାକି ତାଙ୍କ କହିବା ଅନୁଯାୟୀ ଯଦି ଏହି ଦକାୟତ ଦଳ ଠିକ ସମୟରେ ଗିରଫ ହୋଇ ନ ଥିଲେ ଆଗକୁ ଏକ ବଡଧରଣର ଡକାୟତି କରିବାର ପ୍ରୟାସ କରିଥିଲେ । ୍‌ଯାହାକି ବଲାଙ୍ଗିର ସଦର ଅର୍ନ୍ତଗତ ଚୁଡାପାଲିର ପେଟ୍ରୋଲ ପମ୍ପ ଅଥବା ନିକଟସ୍ଥ କୌଣସି ଏକ ଷ୍ଟଲରେ ଲୁଟର ଯୋଜନା ହୋଇଥିଲା । କିନ୍ତୁ ଲୁଟେରାମାନଙ୍କ ଯୋଜନା ପଣ୍ଡ ହେବା ସହିତ ଚୁଡାପାଲିରେ ହେବାକୁ ଥିବା ଲୁଟରୁ ବଞ୍ଚିତ ହେଲା ବୋଲି ଏସ୍‌ଡିପିଓ ଶ୍ରୀ ଭୁକ୍ତା କହିଛନ୍ତି । ତେବେ ଖପ୍ରାଖୋଲ ପୁଲିସର ଅପ୍ରାଣ ଉଦ୍ୟମ ବଳରେ ଏହି ଲୁଟେରା ଦଳ କମ ଦିନରେ ଗିରଫ ହୋଇଥିଲେ । ଆହୁରି ମଧ୍ୟ ଯେ ଏହି ଡକାୟତମାନଙ୍କୁ ଧରିବା ସମୟରେ ଖପ୍ରାଖୋଲ ପୁଲିସର ଜଣେ ହାବିଲଦାର ସଞ୍ଜିବ ସାହୁଙ୍କ ଡାହାଣ ହାତରେ ଗୁରୁତର ଆଘାତ ପାଇଥିବା ବେଳେ ସେ ଚିକିତ୍ସିତ ଅବସ୍ଥାରେ ଥିବା ସୂଚନା ମିଳିଛି । ତେବେ ସମସ୍ତ ଛଅ ଜଣ ଲୁଟେରାଙ୍କୁ କୋର୍ଟ ଚାଲାଣ କରିବା ସହିତ ଫେରାର ଥିବା ଅନ୍ୟଦୁଇଜଣଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ଭୁକ୍ତା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

five × 4 =