csstore

ଧୂମାଭଟାଠାରେ କ୍ଷେତ୍ରୀୟ ସମାଜ ପକ୍ଷରୁ ଖଣ୍ଡାଯାତ୍ରା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ଧୂମାଭଟାଠାରେ କ୍ଷେତ୍ରୀୟ (ପାଇକ) ସମାଜ ପକ୍ଷରୁ ଖଣ୍ଡା ଯାତ୍ରା ଓ ବିଶାଳ ମଶାଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ଏବଂ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ୧୫ରୁ ୨୦ ଖଣ୍ଡ ଗାଁର ପାଇକ ସମାଜର ଲୋକମାନେ ନିଜ ନିଜ ଦେବା ଦେବିଙ୍କଠାରେ ପୂଜାର୍ଚନା କରାଯାଉଥିବା ପାଟଖଣ୍ଡାକୁ ଧରି ଧୂମାଭଟାଠାରେ ଏକତ୍ରିତ ହୋଇଥିଲେ । ପରେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ନିଜ ନିଜ ପଟଖଣ୍ଡାକୁ ଧରି ବିଭିନ୍ନ ପ୍ରକାରର ପାଇକ ଆଖଡ଼ା ପ୍ରଦର୍ଶନ କରିଥିଲେ ଏବଂ ଗାଁ ଦେବାଦେବୀଙ୍କଠାରୁ ମଶାଲ ଆଣି ଆୟୋଜନ କରିଥିବା ସାଧାରଣ ସଭାରେ ଅସ୍ତ୍ରଶସ୍ତ୍ରକୁ ପୂଜାର୍ଚନା କରିଥିଲେ ଏବଂ ଅନୁଷ୍ଠିତ ସଭାରେ ସାମିଲ ହୋଇଥିବା ଲୋକମାନଙ୍କୁ କ୍ଷେତ୍ରୀୟ (ପାଇକ) ଧର୍ମର ପାଳନ କରି ସମାଜର ଉନ୍ନତି ପାଇଁ ପ୍ରତିଜ୍ଞା କରିଥିଲେ । ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ବୀର ପାଇକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.