ଦେଶରେ ଗତ୨୪ ଘଣ୍ଟାରେ ୧୪,୧୪୬ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ : ମୃତ୍ୟୁସଂଖ୍ୟା ୧୪୪

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪,୧୪୬ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୬୭,୭୧୯ରେ ପହଞ୍ଚିଥିବା ବେଳେ ସମୁଦାୟ ମୃତ୍ୟୁସଂଖ୍ୟା ୪,୫୨,୧୨୪ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୯,୭୮୮ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୩୪,୧୯,୭୪୯ । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧,୯୫,୮୪୬ ।

Leave A Reply

Your email address will not be published.

4 + 5 =