csstore

ଭରତବାହାଲରେ ନିଜ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଥାନାରେ ଆତ୍ମସମର୍ପଣ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗ୍ରାମରେ ଜଣେ ସ୍ଵାମୀ ନିଜ ସ୍ତ୍ରୀକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ ଭରତବାହାଲ ଗ୍ରାମର ପଞ୍ଚୁ ନାଏକ (୨୫) ଗତ କାଲି ରାତିରେ ତାଙ୍କ ସ୍ତ୍ରୀ ମିନା (୨୨)ଙ୍କ ସହିତ କୌଣସି କଥାକୁ ନେଇ କଟାକଟି ହେବାରୁ ପଞ୍ଚୁ ଉତ୍‌କ୍ଷିପ୍ତ ହୋଇ ଏକ କୋରାଢି ଫଷାରେ ତାଙ୍କ ସ୍ତ୍ରୀ ମିନାଙ୍କ ମୁଣ୍ଡରେ ଜୋରରେ ପ୍ରହାର କରିଥିଲେ, ଫଳରେ ଘଟଣାସ୍ଥଳରେ ହିଁ ମିନାଙ୍କ ମୃତ୍ୟୁ ହୋଇଥିଲା । ପଞ୍ଚୁ ଦାବକାନୀ ଗ୍ରାମରୁ ଏକ ବର୍ଷ ହେବ ମିନାଙ୍କୁ ବିବାହ କରିଥିଲେ ବୋଲି ପରିବାର ଲୋକଙ୍କ ଠାରୁ ଜଣାପଡିଛି । ପଞ୍ଚୁ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ଲରମ୍ଭା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି । ଘଟଣାସ୍ଥଳକୁ ବଲାଙ୍ଗିର ଏସପି ପହଞ୍ଚିଲା ପରେ ଶବ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

jayashree
Leave A Reply

Your email address will not be published.