csstore

ଘୁଷୁରାମୁଣ୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସିଆଲଝୁଡୁଙ୍ଗିକୁ ହରାଇ ଖଲିଆଖମାର ଦଳ ଚାମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ନେହେରୁ ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୧୭ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗୁରୁବାର ଫାଇନାଲ ଖେଳ ସିଆଲଝୁଡୁଙ୍ଗି ଓ ଖଲିଆଖମାର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ ଦେଇ ପାରିନଥିଲେ । ଶେଷରେ ଖଲିଆଖମାର ଦଳ ଟ୍ରାଇବ୍ରେକର ଯୋଗେ ସିଆଲଝୁଡୁଙ୍ଗି ଦଳକୁ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଉଦଯାପନୀ ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁର, ସମାଜସେବୀ ଭରତ ଦାସ, ବିଜେପି ନେତା ଦେବବ୍ରତ ବିଶି, ମନୋଜ ସାହୁ, ସୁରେଶ ଭୋଇ, ଗୋପୀନାଥ ବାଗ, ସନ୍ୟାସୀ ବାଗ ଓ ଆୟୋଜକ କମିଟି ସଭାପତି ନରେଶ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଚମ୍ପିୟାନ ଓ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଶ୍ରେଷ୍ଠ ଖେଳାଳିମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ମ୍ୟାଚ୍ ରେଫରି ଭାବେ ଗଣେଶ ଭୋଇ, ଲାଇନମ୍ୟାନ ହଂସୁ ପରାଭୁଏ ଓ ସେବା ସାହୁ ଖେଳ ପରିଚାଳନା କରିଥିଲେ । ରାକେଶ ପୃଷ୍ଟି ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ମାମରାଜ ବାଗ, କ୍ୟାପଟେନ ସରୋଜ ଖମାରୀ, କମିଟିର ଜୟଦେବ ଭୋଇ, ଅଜୟ ଯାନୀ, ମଣ୍ଟୁ ଜାନି, ସୁଶିଲ ବାଗ, ଦୀପ ଗହିର, ଟିଲୁ ଭୋଇ, ଜଗତ ବାଗ, ରୋହନ ସାହୁ, ରାଜେଶ ପୁଟେଲ, ଦୈତାରୀ ଭୋଇ, ହିମାଂଶୁ ସାହୁ, ମନୋଜ ବାଗ, ରାହୁଲ ଭୋଇ, ଅଜୟ ଜାନି, ବିକାଶ ଭୋଇଙ୍କ ସହ ସମସ୍ତ ସଦସ୍ୟ ଓ ଘୁଷୁରାମୁଣ୍ଡା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.