csstore

କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ହୋଇଥିବା ଗୃହରକ୍ଷୀ ମାନଙ୍କ ବର୍ଦ୍ଧିତ ଦରମା (ଦୈନିକ ଭତ୍ତା ୫୩୩/ ଟଙ୍କା)କୁ ତୁରନ୍ତ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ ବୃଦ୍ଧି ପାଉଥିବା ଯୋଗୁଁ ସେମାନଙ୍କ ପରିବାର ୩୦୦ ଟଙ୍କା ଦୈନିକ ଭତ୍ତାରେ ଚଳିବାରେ ବହୁତ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତତ୍ ସହିତ ଗୃହରକ୍ଷୀମାନେ ଦିନକୁ ୧୨ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ସୁଦ୍ଧା ଏକ ଦିନ ମଜୁରିଆ ଠାରୁ ମଧ୍ୟ କମ୍ ପଇସା ପାଉଛନ୍ତି । ଓଡ଼ିଶା ସରକାରଙ୍କୁ ଉଚ୍ଚ ନ୍ୟାୟାଳୟ ଦୀର୍ଘ ୨ ବର୍ଷ ହେଲା ଆଦେଶ ଦେବା ସତ୍ୱେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ଏଣୁ ଏହାର ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଯଦି ଏହା ଯଥାଶୀଘ୍ର କାର୍ଯ୍ୟକାରୀ ନ ହୁଏ ତେବେ ଆଗାମୀ ଦିନରେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ଆନ୍ଦୋଳନ କରାଯିବାକୁ ମଧ୍ୟ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୋଷାଧ୍ୟକ୍ଷ ସୁଶିଲ ସାହୁ, ରାଜ୍ୟ ସଂଗଠନ ମନ୍ତ୍ରୀ ସୁବ୍ରତ କୁଆଁର, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ଉପସଭାପତି ପ୍ରଦୀପ ଦାସ, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ପ୍ରଦୀପ ସାହୁ, ବୁଲୁ ପର୍ଦିଆ, ରାଜୁ ନାଏକ, ପ୍ରଦୀପ ସାହୁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଲୋକ ନାଥ ପଣ୍ଡା, କବି ସାହୁ, ସୁରଜ୍ ବକୁଳ, ସନଥ ପାତ୍ର ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.