csstore

ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ମାତ୍ରାଧିକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଏବଂ ବଲାଙ୍ଗିର ସହର ତଥା ଏହାର ଆଖପାଖ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ଆଜି ସକାଳ ୧୧ ଟା ସମୟରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ଉପସ୍ଥିତିରେ ପେଲେସ୍ ଲାଇନ୍ ସ୍ଥିତ ବିଦ୍ୟୁତ୍ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଓଡ଼ିଶା ସରକାର ଟିପିଡବ୍ଲ୍ୟୁଓଡିଏଲ୍‌ ସହିତ ଚୁକ୍ତିବଦ୍ଧ କଲା ପରେ ସାରା ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟେକ ସ୍ଲାବ୍‌ରେ ଏବଂ ପ୍ରତ୍ୟେକ ୟୁନିଟ୍‌ରେ ୫୦ ପଇସା ବୃଦ୍ଧି କରିଛନ୍ତି । ଯେଉଁଥି ପାଇଁ ସାଧାରଣ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତତ୍ ସହିତ ରାଜ୍ୟର ବିଭିନ୍ନ ଜାଗାରେ ଏବଂ ମୁଖ୍ୟତଃ ବଲାଙ୍ଗିର ସହର ଓ ଏହାର ପାଖାପାଖ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଲୋକ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ସମ୍ପର୍କ କରି ଜଣାଇଲେ ମଧ୍ୟ ଅସୁବିଧାର ସମାଧାନ ହୋଇପାରୁ ନାହିଁ କିମ୍ବା କୌଣସି ଫଳପ୍ରଦ ହୋଇପାରୁନାହିଁ । ବରଂ ଅଭିଯୋଗକାରୀଙ୍କ ବିରୁଦ୍ଧରେ ଆକ୍ରୋଶମୂଳକ ଭାବେ ପଦକ୍ଷେପ ନେଉଛନ୍ତି ଏବଂ ତାଙ୍କ ଘରର ବିଦ୍ୟୁତ୍ କାଟ କରୁଛନ୍ତି ବୋଲି କେଶରୀୟା ହିନ୍ଦୁ ବାହିନୀ ତରଫରୁ ଆଜି ଏହି ଘେରାଉ କାର୍ୟ୍ୟକ୍ରମ କରାଯିବା ସହ (ସୁପୁରିଟେଣ୍ଡଣ୍ଟ ଇନ୍‌ଜିନିୟର୍‌) ବଲାଙ୍ଗିରଙ୍କ ମାଧ୍ୟମରେ ଏକ ଦାବୀପତ୍ର ସି.ଇ.ଓ. (ଟିପିଡବ୍ଲ୍ୟୁଓଡିଏଲ୍‌)ଙ୍କୁ ଦିଆଯାଇଥିବା ବେଳେ ବିଦ୍ୟୁତ୍ ଶୁଳ୍କ ହ୍ରାସ କରିବା ସହ ଅଘୋଷିତ ବିଦ୍ୟୁତ୍ କାଟକୁ ରୋକିବା ପାଇଁ ଦାବୀ ଜଣାଯାଇଥିଲା । ଯଦି ଏହାକୁ ବିଦ୍ୟୁତ୍ ବିଭାଗ ଟିପିଡବ୍ଲ୍ୟୁଓଡିଏଲ୍‌ ଏବଂ ରାଜ୍ୟ ସରକାର ବିଚାରକୁ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ । କେଶରୀୟା ହିନ୍ଦୁ ବାହିନୀ ତରଫରୁ ଆଗାମୀ ଦିନରେ ଜନଆନ୍ଦୋଳନ କରାଯିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ପ୍ରଦେଶ କୋଷାଧ୍ୟକ୍ଷ ସୁଶିଲ ସାହୁ, ଜିଲ୍ଲା ପ୍ରଭାରୀ ଶଙ୍କର ଅଗ୍ରୱାଲ, ଜିଲ୍ଲା ଉପସଭାପତି ପ୍ରଦୀପ ଦାସ, ପ୍ରଦୀପ ସାହୁ, ରମେଶ ବାଗ୍, ବୁଲୁ ପର୍ଡିଆ, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ସୈଲେନ୍ଦ୍ର ନାଏକ, ରାଜୁ ନାଏକ, କବି ସାହୁ, ଅଂଶୁମାନ ପୁଟେଲ, ସୁରଜ୍ ବକୁଲ୍, ସୁଶିଲ ମହାକୁର, ନଗର ଉପସଭାପତି ଦେବରାଜ ନାଗ, ଲୋଇସିଂହା ବ୍ଲକ୍ ସଭାପତି ବିରେନ୍ଦ୍ର ବାରିକ୍, ସଇଁତଳା ବ୍ଲକ୍ ସଭାପତି ଚନ୍ଦ୍ରଭାନୁ ପ୍ରଧାନ, ଆଗଲପୁର ବ୍ଲକ୍ ସଭାପତି ଦୀନବନ୍ଧୁ ବିଶ୍ଵାଳ ତଥା ଅନ୍ୟାନ୍ୟ ପ୍ରମୁଖ ବ୍ଲକ୍ ଏବଂ ଜିଲ୍ଲା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.