pakka

ପାଟଣାଗଡ ଡିଭିଜନରେ ‘କେନ୍ଦୁପତ୍ର ତୋଳାଳୀ ପାସ ବହି ‘ କାର୍ଡ ୫ ଶହରୁ ୧ ହଜାର ଟଙ୍କାରେ ବିକ୍ରି ଅଭିଯୋଗ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : କେନ୍ଦୁପତ୍ର ତୋଳାଳୀ ମାନଙ୍କୁ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ପ୍ରତ୍ୟେକ ତୋଳାଳୀଙ୍କୁ ‘କେନ୍ଦୁପତ୍ର ତୋଳାଳୀ’ ପାସ ବହି କାର୍ଡ ପ୍ରଦାନ କରାଯାଇଥାଏ । ତୋଳାଳୀ ମାନଙ୍କୁ ଏଥିପାଇଁ କୌଣସି ଟଙ୍କା ଦେବାକୁ ପଡେ ନାହିଁ । ରାଜ୍ୟ ସରକାର କାର୍ଡ ପ୍ରିଣ୍ଟ କରି ତୋଳାଳୀ ମାନଙ୍କୁ ଯୋଗାଇ ଦେଇଥାନ୍ତି । ଏବେ କିନ୍ତୁ ବଲାଙ୍ଗିର ସର୍କଲ ଅନ୍ତର୍ଗତ ପାଟଣାଗଡ କେନ୍ଦୁପତ୍ର ଡିଭିଜନରେ କାର୍ଡ ପ୍ରତି ତୋଳାଳୀ ମାନଙ୍କ ଠାରୁ ୫ ଶହରୁ ୧ ହଜାର ଟଙ୍କା ଅସୁଲି କରିଥିବାର ଅଭିଯୋଗ ହୋଇଛି । ପାଟଣାଗଡ କେନ୍ଦୁପତ୍ର ଡିଭିଜନରେ ଗତ ୨୦୨୧ ବର୍ଷରେ ୨୭ ହଜାର ୮ ଶହ ୨୪ ଜଣ ତୋଳାଳୀଙ୍କୁ କେନ୍ଦୁପତ୍ର ତୋଳାଳୀ ପାସ ବହି କାର୍ଡ ଯୋଗାଇ ଦିଆଯାଇଥିଲା । ପାଟଣାଗଡ ଡିଭିଜନ ଅନ୍ତର୍ଗତ ଘଁଷିଏନ୍, ସାଉଥି ରେଞ୍ଜର ବିଭିନ୍ନ ଗ୍ରାମରେ କେନ୍ଦୁପତ୍ର ତୋଳାଳୀ ମାନଙ୍କ ଠାରୁ କାର୍ଡ ପିଛା ୫ ଶହରୁ ୧ ହଜାର ଟଙ୍କା ଅସୁଲି ହୋଇଥିବା କେନ୍ଦୁପତ୍ର ତୋଳାଳୀ ମାନେ ଅଭିଯୋଗ କରିଛନ୍ତି । ଘଁଷିଏନ, ସାଉଥି ରେଞ୍ଜର ତମିଆ, ବାଗବାହେଲି ଆଦି ସେକସନର ବିଭିନ୍ନ ଗ୍ରାମରେ ତୋଳାଳୀ ମାନଙ୍କ ଠାରୁ କାର୍ଡ ଦେଇ ଫରେଷ୍ଟର, ସର୍କଲ ଚେକ୍‌ର ଟଙ୍କା ନେଇଥିବାର କେନ୍ଦୁପତ୍ର ତୋଳାଳୀ ଶ୍ରୀମତୀ ହେମଲତା ନାୟକ, ସବିତା ପଟେଲ, ନିର ଦୀପ, କୁଳବତୀ ଦୀପ, ହାରାମଣି ସାହୁ, ବେଳମତୀ ବୁଡେକ, ଅଷ୍ଟମୀ ପୁଟେଲ ଆଦି ମରାଲ ଗ୍ରାମର କେନ୍ଦୁପତ୍ର ତୋଳାଳୀ ଅଭିଯୋଗ କରିଛନ୍ତି । ପାଟଣାଗଡ ଡିଭିଜନରେ ଦୀର୍ଘ ଦିନ ଧରି ବ୍ୟାପକ ଅନିୟମିତାରେ କେନ୍ଦୁପତ୍ର ସଂଗ୍ରହ ଚାଳିଛି । କେନ୍ଦୁପତ୍ର ଫଡିଘର ମରାମତି, କେନ୍ଦୁପତ୍ର ରଚେଇ ବୁହେଇ ଆଦି କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହେଉଛି । କେନ୍ଦୁପତ୍ର ତୋଳାଳୀ ପାସ ବହି ତୋଳାଳୀ ମାନଙ୍କୁ ବିକ୍ରି ଓ ଫଡି ମରାମତି ତଥା କେନ୍ଦୁପତ୍ର ରଚେଇ ବୁହେଇ କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ ଭାଉଚର ତଦନ୍ତ କରିବା ପାଇଁ କେନ୍ଦୁପତ୍ର ଶ୍ରମିକ ସଂଘର ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଜଙ୍ଗଲ ବିଭାଗ ସଚିବ ଡା ମୋନା ଶର୍ମାଙ୍କ ଠାରେ ଅଭିଯୋଗ କରିଛନ୍ତି । ସଚିବ ଡା ମୋନା ଶର୍ମା ଏହାର ତଦନ୍ତ ସହ ଦୃଢ ପଦକ୍ଷେପ ନେବାପାଇଁ କେନ୍ଦୁପତ୍ର ବିଭାଗ ପିସିସିଏଫଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

9 + 15 =