jayashree

କେନ୍ଦୁପତ୍ର ବିଭାଗର ଅଜବ ନୀତି : ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ କରିବା ପାଇଁ ଚାଲିଛି ଅପଚେ‌ଷ୍ଟା

  • ବାର୍ଷିକ ୧୦ ବଦଳରେ ୨୦ ଚଟା ନ ଦେଲେ ଯୋଜନାରୁ ବଞ୍ଚିତ
  • କମ ଦିନରେ ଶେଷ ହେଉଛି ପତ୍ର ତୋଳା
    ଦେଓଗାଁ, (ମନୀଷ କୁମାର ସାହୁ) : ପ୍ରାୟ ୨୦ ବର୍ଷ ପୂର୍ବରୁ ସ୍ଥାନୀୟ ଅଞ୍ଚଳରୁ ଉତ୍ପାଦନ ହେଉଥିବା କେନ୍ଦୁପତ୍ରର ଲାଭାଂଶରୁ ଲୋକଙ୍କ ଓ ଅଞ୍ଚଳର ବିକାଶ କରିବାକୁ କେନ୍ଦୁ ଅନୁଦାନ ଆକାରରେ ବ୍ଳକ ଓ ପଞ୍ଚାୟତକୁ ଆସୁଥିଲା । ହେଲେ ବର୍ତ୍ତମାନ ଏହି ଲାଭାଂଶକୁ କେନ୍ଦୁପତ୍ର ସଂଗ୍ରହରେ କାମ କରୁଥିବା ଲୋକଙ୍କ ପାଇଁ କିଛି ଅନୁଦାନ ବିନିଯୋଗ କରାଯାଉଛି । ହେଲେ ବିକାଶ ପାଇଁ ଆସୁଥିବା ଏହି ଅନୁଦାନକୁ କିପରି ଭାବେ ସ୍ଥାନୀୟ କର୍ମଚାରୀଙ୍କ ସହ ମିଶି ଉଚ୍ଚପଦାଧିକାରୀ ଶୋଷଣ କରୁଛନ୍ତି ତାହା ଚିନ୍ତାର ବିଷୟ । ଏ ସଂକ୍ରାନ୍ତରେ ବଲାଙ୍ଗିର ଡିଭିଜନ ବଲାଙ୍ଗିର ରେଞ୍ଜ ଅଧିନରେ ଥିବା ଦେଓଗାଁ ସେକସନରେ ଅନୁଧ୍ୟାନ କରାଯିବାରୁ କିଛି ତଥ୍ୟ ହସ୍ତଗତ ହୋଇଛି । ଏହି ସେକସନ ଅଧିନରେ ଅଛି ଦେଓଗାଁ ବ୍ଳକର ଦେଓଗାଁ । ୨୦୨୦ଗୁଚ୍ଛା କଟା କାମରେ ୨୫୨୬ ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ କୋଭିଡ଼ କଟକଣା ଯୋଗୁଁ ମାତ୍ର ୯୦୪ ଜଣ ପତ୍ର ତୋଳଳୀ ୧୦ଲକ୍ଷ ୧୨ ହଜାର ୨୫୦ କେରି ପତ୍ର ତୋଳିଥିବା ରେକର୍ଡ଼ କରାଯାଇଛି । ସେହିପରି ଚଳିତ ବର୍ଷ ଗୁଚ୍ଛା କଟାରେ ୨୮୯୫ ଶ୍ରମ ଦିବସ ସୃଷ୍ଟି ହୋଇ ୧୬୦୪ ଜଣ ପଞ୍ଚିକୃତ ପତ୍ର ତୋଳଳୀଙ୍କ ଦ୍ୱାରା ୯।୧୧।୨୧ ତାରିଖ ସୁଦ୍ଧା ୧୯ଲକ୍ଷ ୨୫ ହଜାର ୨୫୦ କେରି ପତ୍ର ସଂଗ୍ରହ ସରିଛି । ବର୍ତ୍ତମାନ ନୂଆଁ ହୋଇ ପରିବାର କରିଥିବା ବା ବାହା ହୋଇଥିବା କେନ୍ଦୁପତ୍ର ତୋଳିବାକୁ ଚାହୁଁଥିବା ଯୋଗ୍ୟ ମହିଳାମାନେ କେନ୍ଦୁପତ୍ର ତୋଳିବା ପାଇଁ କାର୍ଡ଼ ପାଉନାହାନ୍ତି । କାର୍ଡ଼ ପାଇଥିବା ପତ୍ର ତୋଳଳୀମାନେ ୨୦ଚଟା କେନ୍ଦୁପତ୍ର ନ ଦେଲେ ସରକାରୀ ଯୋଜନାରୁ ବଞ୍ଚିତ କରାଯାଉଛି । ଯେତେ ଦିନ କେନ୍ଦୁପତ୍ର ତୋଳିବା କଥା ତାର ପୂର୍ବରୁ ବନ୍ଦ କରି ଦିଆଯାଉଛି । ଗୁଚ୍ଛା କଟା ଶ୍ରମିକ ସଂଖ୍ୟା କମ ଓ ପତ୍ର ତୋଳାଳୀ ସଂଖ୍ୟା ଅଧିକ ଯୋଗୁଁ କମ ଦିନରେ ସରୁଛି ପତ୍ର ତୋଳା । କାର୍ଡ଼ ପାଉ ନଥିବା ବିଷୟରେ ଅଭିଯୋଗ ହେବାରୁ ସ୍ଥାନୀୟ ଫରେଷ୍ଟର ରାଜିବ ସାହୁଙ୍କୁ ପଚାରିବାରୁ କହନ୍ତି ଯେ, ତାଙ୍କ ସେକସନରେ ୧୦ଟି ଫଡ଼ି ଯଥା ଦେଓଗାଁ, ଜୁର୍ଲାକାନୀ, ଗାଈବାହାଲ, ଅର୍ଡ଼ା, ଗଡ଼ଦ୍ୱାର, ରତନପୁର, ସାଗରପାଲି, ବହଲି, କୁତୁର୍ଲା ଓ ସାରସବାହାଲ ଅଛି । ସେକସନ ପାଇଁ ମୋଟ ୮୦ଟି ନୂଆଁ କାର୍ଡ଼ ଆସିଥିବା ବେଳେ ଫଡ଼ି ପ୍ରତି ୮ଟି ଲେଖାଏଁ ଯୋଗ୍ୟ ପରିବାରକୁ ଦିଆଯାଉଛି ଏଥିରେ କୌଣସି ଅସୁବିଧା ହେଉ ନାହିଁ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଯେହେତୁ ଏହି କେନ୍ଦୁପତ୍ର ସହ ସାମାଜିକ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କରାଯାଉଛି ଯଥା ପତ୍ର ତୋଳାଳୀ ମୃତ୍ୟୁ ବରଣ କଲେ ପରିବାରକୁ ସହାୟତା, ପୁଅ, ଝିଅଙ୍କ ପାଠ ପଢ଼ିବା ଓ ଝିଅ ବାହାଘର ପାଇଁ ସରକାରୀ ସହାୟତା ଦେବାର ବ୍ୟବସ୍ଥା ଥିବାରୁ ଅନେକ ଅଯୋଗ୍ୟ ପରିବାର ମଧ୍ୟ କାର୍ଡ଼ ପାଇବାକୁ ଅପଚେଷ୍ଟା ଚଲାଇଛନ୍ତି । ଅଞ୍ଚଳର ଉତ୍ପାଦନ ହେଉଥିବା କେନ୍ଦୁପତ୍ରର ଲାଭାଂଶରୁ ଲୋକଙ୍କ ପାଇଁ ସହାୟତା ଦେବା ପରିବର୍ତ୍ତେ ବିଭାଗ ହିତାଧିକାରୀଙ୍କ ଠାରୁ କ୍ରମଶଃ ଭାବେ ଦୂରେଇ ଯାଉଥିବାରୁ ହିତାଧିକାରୀ ମହଳରେ ଅସନ୍ତୋଷ ଦେଖାଯାଉଛି ।
Leave A Reply

Your email address will not be published.