ଭୂମିହୀନ ଦେବହରୀଙ୍କୁ କେବେ ମିଳିବ ଜମି ?

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଉମା ଗ୍ରାମର ଅନୁସୂଚିତ ଜନଜାତି ତଥା ଭୂମିହୀନ ଦେବହରୀ ପାଣ୍ତେ(୬୮) ଦୀର୍ଘ ବର୍ଷ ହେଲା ସରକାରୀ ଜମି ଖଣ୍ତେ ପାଇବା ପାଇଁ ବିଭିନ୍ନ ସରକାରୀ କାର୍ୟ୍ୟାଳୟ ଧାଇଁ ଧାଇଁ ହାରିଗୁହାରୀ କରିଆସୁଥିଲେ ମଧ୍ୟ ସତ୍ତ୍ୱାଧିକାର ପାଇପାରୁ ନଥିବା ଜଣାଯାଇଛି । ମାତ୍ର ଜମି କେବେ ମିଳିବ ତାହା ଅନିଶ୍ଚିତତାରେ ରହି ଯାଇଛି । ସୂଚନାଯୋଗ୍ୟ ଯେ, ଉମା ମୌଜା ବଡଦଣ୍ତା ଜଙ୍ଗଳ ଅଞ୍ଚଳରେ ଖାତା ନମ୍ବର ୧୯୧ ଏବଂ ପ୍ଲଟ ନଂ. ୧୧୦୧ ର ଏ୧.୭୫ଡି. ଓ ୧୧୦୨ ର ଏ୦.୨୫ଡି ସର୍ବମୋଟ ୨ଏକର ସରକାରୀ ଜମି ନିଜ ଅଜା ରାହାସ ପାଣ୍ତେ ୧୯୪୧ ମସିହାରୁ ଭୋଗ ଦଖଲ କରିଥିଲେ । ଏବେ ଦେବହରୀ ପାଣ୍ଡେ ଭୋଗ ଦଖଲ କରି ଆସିଛନ୍ତି । ସେହିପରି ଖାତା ନଂ ୧୯୨ ପ୍ଲଟ ନଂ. ୩୧୫ ର ଏ୦.୦୩ଡି ଜାଗାରେ ଘରକରି ରହୁଛନ୍ତି । ଏଥିପାଇଁ ଅନେକ ବର୍ଷହେଲା ଜରିମାନା ମଧ୍ୟ ପୈଠ କରି ଆସୁଛନ୍ତି । ଉକ୍ତ ଜମି ପାଇବା ପାଇଁ ୨୧/୫/୧୯୯୯ ମସିହାରୁ କଣ୍ଟାମାଳ ତହସିଲଦାର, ବୌଦ୍ଧ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଧାୟକଙ୍କୁ ଗୁହାରୀ କରି ଆସୁଛନ୍ତି । ବୌଦ୍ଧ ଉପଜିଲ୍ଲାପାଳ, କଣ୍ଟାମାଳ ତହସିଲଦାର, ଅମିନ ଏବଂ ଆର.ଆଇଙ୍କ ଦ୍ୱାରା ମିଳିତ ସର୍ଭେ ମଧ୍ୟ ହୋଇଛି କିନ୍ତୁ ଏଯାଏ ସତ୍ତ୍ୱାଧିକାରୀ ପାଇନଥିବା ଜଣାପଡିଛି ।

Leave A Reply

Your email address will not be published.